Thu. May 29th, 2025

ନିଜ ଉପରୁ ନିୟନ୍ତ୍ରଣ ହରାଇ ଜୟାପ୍ରଦାଙ୍କୁ ଜାବୁଡ଼ି ଧରିଥିଲେ ଏହି ଅଭିନେତା , ଜାଣନ୍ତୁ ତାପରେ କ’ଣ ହୋଇଥିଲା

By amfnews Oct 20, 2018 #Featured
180 Views

ମୁମ୍ବାଇ: ‘ମି ଠୁ’ ଅଭିଯାନରେ ସାମିଲ ହୋଇ ଅଭିନେତା ଦଲୀପ ତାହିଲ ନିଜର ଏକ ପୁରୁଣା ସ୍ମୃତିକୁ ତାଜା କରିଛନ୍ତି। ଏହା ହେଉଛି ପ୍ରାୟ ୨୫-୩୦ ବର୍ଷ ତଳର ଘଟଣା। ସେହି ସମୟରେ ଅଧିକାଂଶ ସିନେମାରେ ରେପ୍‌ ସିନ୍‌ ରହୁଥିଲା। ପାରିବାରିକ ହେଉ କି ପ୍ରତିଶୋଧଧର୍ମୀ କାହାଣୀ ଉପରେ ଆଧାରିତ ସିନେମା ହେଉ ଅଧିକାଂଶ ଫିଲ୍ମରେ ବଳାତ୍କାର ଦୃଶ୍ୟ କରିବାକୁ ଅଭିନେତା ଓ ଅଭିନେତ୍ରୀଙ୍କୁ କୁହାଯାଉଥିଲା।
ଥରେ ଜଣେ ନିର୍ଦ୍ଦେଶକ ଦଲୀପ ତାହିଲଙ୍କୁ କହିଲେ ଯେ ଆଜି ନାୟିକା ଜୟାପ୍ରଦାଙ୍କ ସହିତ ଆପଣଙ୍କୁ ଏକ ରେପ୍‌ ସିନ୍‌ କରିବାକୁ ପଡ଼ିବ। ସେହି ସିନ୍‌ର ସୁଟିଂ ସମୟରେ ଜୟାପ୍ରଦାଙ୍କ ଦେହରୁ ସବୁ କପଡା ଖୋଲି ଦେବେ।
ଏକଥା ଶୁଣି ଦଲୀପ ତାହିଲ ବିଚଳିତ ହୋଇ ଉଠିଥିଲେ। ସେ ନିର୍ଦ୍ଦେଶକଙ୍କୁ ବୁଝାଇବା ଢଙ୍ଗରେ କହିଥିଲେ ଯେ ଏହା ଠିକ୍‌ ନୁହେଁ। ‘ମୁଁ ଜଣେ ଥିଏଟର୍‌,ପ୍ରଫେସନାଲ୍‌ ଆର୍ଟିଷ୍ଟି। ଏଭଳି କରିବା ନୀତି ବିରୁଦ୍ଧ। ହେଲେ ନିର୍ଦ୍ଦେଶକ ସେ କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ।
ତା’ପରେ ସୁଟିଂ ଆରମ୍ଭ ହେଲା। କ୍ୟାମେରା ରୋଲ୍‌ ହେଲା। ଜୟାପ୍ରଦାଙ୍କୁ ଦଲୀପ ତାହିଲ୍‌ ବଳାତ୍କାର କରିବାକୁ ଆଗେଇ ଆସିଲେ। ସେ ହଠାତ୍‌ ଜୟାପ୍ରଦାଙ୍କୁ ଜାବୁଡ଼ି ଧରିଲେ। ତା’ପରେ ଦଲୀପ ନିଜ ଉପରୁ ନିୟନ୍ତ୍ରଣ ହରାଇଲେ।

ଜୟାପ୍ରଦାଙ୍କୁ ଏସବୁ କଥା ଅଖାଡୁଆ ଲାଗିଲା। ସେ ଦଲୀପଙ୍କ ଗାଲରେ ଶକ୍ତ ଚାପୁଡ଼ାଟିଏ କସି ଦେଇ ଥିଲେ। ତା’ପରେ ଜୟାପ୍ରଦା ଦଲୀପଙ୍କୁ କହିଥିଲେ ଏହା ରିଲ୍‌ ଲାଇଫ୍‌ ରିଅଲ୍‌ ଲାଇଫ୍‌ ନୁହେଁ। କିଛି ସମୟ ପାଇଁ ସୁଟିଂ ବନ୍ଦ ହୋଇଥିଲା। ଏହାପରେ ଦୁହେଁ ପ୍ରକୃତିସ୍ଥ ହୋଇଥିଲେ। ତା’ପରେ ସାଧାରଣ ଭାବେ ଉକ୍ତ ରେପ୍‌ ସିନ୍‌ର ସୁଟିଂ ହୋଇଥିଲା।

By amfnews

Related Post