Sun. Mar 8th, 2026

ନାବାଳିକାକୁ ଦୁଷ୍କର୍ମ, ୨ ନାବାଳକ ଗିରଫ

158 Views

ରାଉରକେଲା  : ରାଉରକେଲା ଟାଙ୍ଗରପାଲି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣ ନାବାଳକଙ୍କୁ ଗିରଫ କରିବା ପରେ ବାଳସୁଧାର ଗୃହକୁ ପଠାଇ ଦେଇଛି। ଏହି ମାମଲାରେ ସଂପୃକ୍ତ ଅନ୍ୟ ଜଣେ ଯୁବକ ଫେରାର୍ ଥିବା ସୂଚନା ମିଳିଛି।

ଜୁଲାଇ ୩୧ ତାରିଖ ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା। ନାବାଳିକା ଜଣକ ଦୋକାନରୁ ଜିନିଷ ନେଇ ଘରକୁ ଫେରୁଥିବା ବେଳେ ଏହି ତିନି ଅଭିଯୁକ୍ତ ତାଙ୍କୁ ଜୋବରଦସ୍ତ ଟେକିନେଇ ଏକ ପରିତ୍ୟକ୍ତ ଘରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଅଗଷ୍ଟ ୨ ତାରିଖରେ ନାବାଳିକାଙ୍କ ପରିବାର ଲୋକେ ଟାଙ୍ଗରପାଲି ଥାନାରେ ଅଭିଯୋଗ କରିଥିଲେ।  ପୁଲିସ୍‌ ଘଟଣାର ତଦନ୍ତ କରି ଦୁଇ ନାବାଳକଙ୍କୁ ଧରିଥିବା ବେଳେ ଆଉ ଜଣେ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଜାରି ରଖିଛି।

By amfnews

Related Post