Sun. Mar 8th, 2026

ନକ୍ସଲଙ୍କ ଭାରତ ବନ୍ଦ ସପ୍ତାହ ପାଳନ, ମାଲକାନଗିରିରେ ନକ୍ସଲ ମେଳି

254 Views

ମାଲକାନଗିରି/ନବରଙ୍ଗପୁର, ଜାନୁଆରୀ ୨୫ : ଆଜି ଠାରୁ ନକ୍ସଲମାନେ ପାଳନ କରୁଛନ୍ତି ସମାଧାନ ବିରୋଧୀ ଅଭିଯାନ। ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିିବା ସହିତ ଭାରତ ବନ୍ଦକୁ ସଫଳ କରିବାକୁ ଆହ୍ଵନ ଦେଇ ଆଜି ମାଲକାନଗିରି ଜିଲ୍ଲା ବିଛିନ୍ନାଞ୍ଚଳର ଅଣ୍ଡାପାଲି ପଞ୍ଚାୟତରେ ନକ୍ସଲ ମେଳି ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ ଯେ ,ଅପରେସନ୍‌ ସମାଧାନ ନାମରେ ନିରିହ ଜନତାଙ୍କ ଉପରେ ଜୁଲୁମ କରାଯାଉଛି ବୋଲି ନକ୍ସଲମାନେ ଅଭିଯୋଗ କରୁଛନ୍ତି। କେନ୍ଦ୍ରର ଭଜପା ସରକାର, ଓଡ଼ିଶାର ବିଜେଡ଼ି ସରକାର ଓ ଆନ୍ଧ୍ରପ୍ରଦେଶର ଟିଡ଼ିପି ସରକାରକୁ ଟାର୍ଗେଟ୍‌ କରି ନକ୍ସଲ ସଙ୍ଗଠନ ଗୁଡ଼ିକ ଆଜି ଠାରୁ ମେଳି କରିଛନ୍ତି। ଏଥିପାଇଁ ଆଜି ଅଣ୍ଡ୍ରା ପଞ୍ଚୟତରେ ମେଳି ପାଇଁ ମାଓ ସଙ୍ଗଠନ ଡାକରା ଦେଇଥିଲା। ଫଳରେ ପଞ୍ଚାୟତର ବିଭିନ୍ନ ଗ୍ରାମର ସ୍ତ୍ରୀ, ପୁରୁଷ ଏପରିକି ଛୋଟ ପିଲାମାନେ ମଧ୍ୟ ଏହି ମେଳିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି।

ସେହିପରି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ମଧ୍ୟ ମାଓପୋଷ୍ଟର ମାରିଛନ୍ତି। ଏଥିରେ ଜାନୁଆରି ୨୬କୁ କଳାଦିବସ ଭାବେ ପାଳନ କରିବାକୁ ଆହ୍ଵାନ ଦିଆଯାଇଛି। ଏହି ପୋଷ୍ଟରେ କୁହାଯାଇଛି ଯେ ମାଓବାଦୀମାନେ ଗରିବ ଲୋକଙ୍କ ପାଇଁ ସରକାରଙ୍କ ବିରୋଧରେ ଲଢ଼େଇ କରୁଛନ୍ତି। ତେଣୁ ଆଜି ଠାରୁ ୩୧ ତାରିଖ ଯାଏ ପ୍ରତିରୋଧ ସପ୍ତାହକୁ ସମର୍ଥନ କରିବାକୁ କୁହାଯାଇଛି।

By amfnews

Related Post