Sun. Mar 8th, 2026

ନକ୍ସଲଙ୍କ ଟାର୍ଗେଟରେ ଠିକାଦାର; ଗୋଟିଏ ଦିନରେ ଦୁଇ ଜଣଙ୍କୁ ହତ୍ୟା

185 Views

ଭବାନୀପାଟଣା  : ପୁଣି ନକ୍ସଲମାନେ ବର୍ବରକାଣ୍ଡ ଘଟାଇଛନ୍ତି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ବାବୁପଦର ଗାଁର ଜଣେ ଠିକାଦାରକୁ ନକ୍ସଲମାନେ ଗୁଳିକରି ହତ୍ୟା କରିଛନ୍ତି। ତାଙ୍କ ନାଁ ଭୀମ ଦୋରା । ଗତକାଲି ରାତିରେ ନକ୍ସଲମାନେ ଡୁକରିଗୁଡ଼ାରେ ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ପୂର୍ବରୁ ନକ୍ସଲମାନେ ତାଙ୍କୁ ଧମକ ବି ଦେଇଥିଲେ।

ସୂଚନାଯୋଗ୍ୟ, ଗତକାଲି ନକ୍ସଲମାନେ ଆଉ ଜଣେ ଠିକାଦାରଙ୍କୁ ମଧ୍ୟ ହତ୍ୟା କରିଥିଲେ। କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ମାଲିପଡ଼ା ସାପ୍ତାହିକୀ ହାଟରେ ସେମାନେ ଏହି ଠିକାଦାରଙ୍କୁ ଗୁଳି କରି ହତ୍ୟା କରିଥିଲେ। ତାଙ୍କ ନାଁ ରାଜେନ୍ଦ୍ର ସାହୁ। ଦୁଇ ଜଣ ବ୍ୟକ୍ତି ଚାଲି ଚାଲି ଆସି ରାଜେନ୍ଦ୍ରଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ପୂର୍ବରୁ ରାଜେନ୍ଦ୍ରଙ୍କୁ ନକ୍ସଲମାନେ ଧମକ ଦେଇଥିଲେ। ଏପରିକି ଠିକା କାମରେ ନିୟୋଜିତ ତାଙ୍କର ସମସ୍ତ ସାମଗ୍ରୀକୁ ଜାଳି ଦେଇଥିଲେ।

By amfnews

Related Post