Tue. Dec 24th, 2024

ଧୋନିଙ୍କ ପରେ ରାଇନାଙ୍କୁ ପତ୍ର ଲେଖିଲେ ମୋଦି

By amfnews Aug 21, 2020 #Featured
129 Views

ନୂଆଦିଲ୍ଲୀ, ଅଗଷ୍ଟ ୨୧ : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅଗଷ୍ଟ ୧୫ ସନ୍ଧ୍ୟାରେ ଅବସର ଘୋଷଣା କରିବା ପରେ ବହୁ ଲୋକ ତାଙ୍କୁ ସାମାଜିକ ଗଣମାଧ୍ୟମ ଦ୍ୱାରା ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ତାଙ୍କ ଫ୍ୟାନ ମାନେ ମଧ୍ୟ ତାଙ୍କ ଅବସର ନିଷ୍ପତ୍ତି ଶୁଣିବା ପରେ ନିରାଶ ହୋଇଛନ୍ତି । ଏପରିକି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଧୋନିଙ୍କ ନିକଟକୁ ଚିଠି ଲେଖିଥିଲେ । ସେହିପରି ସେହି ଦିନ ଧୋନିଙ୍କ ସହ ଅବସର ଗ୍ରହଣ କରିଥିବା ସୁରେଶ ରାଇନାଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ପାଇଁ ମୋଦୀ ।

ମୋଦୀ ଏହି ପତ୍ରରେ ଦୀର୍ଘ ଦିନ ଧରି ଭାରତ ପାଇଁ କ୍ରିକେଟ ଖେଳିଥିବା ସୁରେଶ ରାଇନାଙ୍କୁ କୃତଜ୍ଞତା ଜଣାଇବା ସହ ଭାରତୀୟ ଦଳ ପ୍ରତି ତାଙ୍କର ଅବଦାନକୁ ପ୍ରଂଶସା କରିଛନ୍ତି । ଏହା ସହ ରାଇନାଙ୍କ ଫିଲଡିଙ୍ଗକୁ ଏହି ପତ୍ର ମାଧ୍ୟମରେ ମୋଦି ପ୍ରଂଶସା କରିଛନ୍ତି । ବହୁତ କମ ବୟସରଙ୍କ ରାଇନା ଅବସର ନେଇଥିବାରୁ ମୋଦି ଦଃୁଖ ପ୍ରକାଶ କରିବା ସହ ଆଗାମୀ ଜୀବନ ପତ୍ନୀ ପ୍ରିୟଙ୍କା ଏବଂ ପରିବାର ଲୋକଙ୍କ ସହ ଖୁସିରେ ଅତିବାହିତ କରନ୍ତୁ ବୋଲି ମୋଦି ଶୁଭେଛା ଜଣାଇଛନ୍ତି ।

ଏହାର ଜବାବରେ ସୁରେଶ ରାଇନା “ଯେତେବେଳେ ଆମେ ଖେଳିବା, ଆମେ ଦେଶ ପାଇଁ ଆମର ରକ୍ତ ଏବଂ ବଳ ଲଗାଉ ଥାଉ । ଏହି ଦେଶ ତଥା ଦେଶର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭଲ ପାଇବା ଅପେକ୍ଷା କୌଣସି ଭଲ ପ୍ରଶଂସା ନାହିଁ । ତୁମର କୃତଜ୍ଞତା ଏବଂ ଶୁଭେଚ୍ଛା ପାଇଁ ତୁମକୁ ଧନ୍ୟବାଦ ବୋଲି କହିଛନ୍ତି ।

ୟୁଏଇରେ ଖେଳାଯିବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣରେ ଏମ୍‌ଏସ୍ ଧୋନି ଏବଂ ସୁରେଶ ରାଇନାଙ୍କୁ ଚେନ୍ନାଇ ସୁପର କିଙ୍ଗସ ଦଳ ତରଫରୁ ଦେଖିବାକୁ ମିଳିବ ।

By amfnews

Related Post