141 Views
ଜଳେଶ୍ୱର : ଗତ ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଶ୍ୟାମରାୟପୁର ଗ୍ରାମକୁ ଚୋରି କରିବାକୁ ଯାଇ ଧରା ପଡ଼ିଛନ୍ତି ୩ ଯୁବକ। ଗ୍ରାମବାସୀ ସେମାନଙ୍କୁ କାବୁ କରି ନିର୍ଦ୍ଦୂମ ଛେଚିଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଗାଁରେ ଯାତ୍ରା ଚାଲିଥିବାରୁ ବହୁ ଲୋକ ଯାତ୍ରା ଦେଖିବା ପାଇଁ ଚାଲିଯାଇଥିଲେ । ଏହାର ସୁଯୋଗ ନେଇ ୫ଜଣ ଯୁବକ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ପଶି ଚୋରି କରୁଥିଲେ। ଘଟଣା ସମ୍ପର୍କରେ ଜଣାପଡିବା ପରେ ଗ୍ରାମବାସୀ ୩ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଆଉ ୨ ଜଣ ଚମ୍ପଟ ମାରି ପଳାଇଥିଲେ। ଧରାପଡିଥିବା ୩ ଜଣଙ୍କୁ ଲୋକେ ମନଇଚ୍ଛା ପିଟିଥିଲେ । ଖବର ପାଇ ଘଟଣାସ୍ଥଳରେ ସିଂଲା ପୋଲିସ ପହଞ୍ଚି ସମ୍ପୃକ୍ତ ୩ ଯୁବକଙ୍କୁ ଉଦ୍ଧାର କରିଥିଲା । ଧରାପଡିଥିବା ୩ ଚୋର ହେଲେ ବସ୍ତା ଥାନା ଦରଡା ଗ୍ରାମର ପଦ୍ମ ଲୋଚନ ତରାଇ, ଝାଡେଶ୍ୱର ଜେନା ଓ ଶ୍ୟାମରାୟପୁର ଗାଁର ଦେବାଶିଷ ଜେନା।