Thu. Dec 26th, 2024

ଦ୍ୱିତୀୟ ପର୍ଯ୍ୟାୟ ରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଏମ୍‌ପିମାନେ ନେବେ କରୋନା ଟିକା

By amfnews Jan 21, 2021 #Featured
163 Views

ନୂଆଦିଲ୍ଲୀ, ଜାନୁଆରୀ 21 : ବର୍ତ୍ତମାନ ଦେଶରେ କରୋନାର ପ୍ରଥମ ଟିକାକରଣ ପ୍ରକ୍ରିୟା ଚାଲିଛି । ଯେଉଁଥିରେ ହେଲ୍‌ଥ ୱାର୍କର ଓ ଫ୍ରଣ୍ଟ ଲାଇନ୍ ୱାର୍କରଙ୍କୁ ସ୍ଥାନ ଦିଆଯାଇଛି ଏବଂ ଏହି ଟିକାକରଣ ଯୋଗୁଁ ଏପର୍ଯ୍ୟନ୍ତ ୭ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଏହି ଟିକା ନେଇସାରିଲେଣି । ତେବେ ଏବେ ଖବର ଆସିଛି ଦ୍ୱିତୀୟ ପର୍ଯ୍ୟାୟରେ ୫୦ବର୍ଷରୁ ଅଧିକ ବ୍ୟକ୍ତି ଙ୍କୁ କରୋନା ଟିକା ଦିଆଯିବ ।

ପୂର୍ବରୁ ମୂଖ୍ୟମନ୍ତ୍ରୀ ଏହା ଉପରେ ଘୋଷଣା କରିଥିଲେ କି ଡ଼ରିବାର କୌଣସି କାରଣ ନାହିଁ ଦ୍ୱିତୀୟ ପର୍ଯ୍ୟାୟରେ ବି କରୋନା ଟିକାକରଣ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ । ଏବେ ଶୁଣିବାକୁ ମିଳିଛି କି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଏମ୍‌ପି ଓ ଅନ୍ୟ ରାଜନେତାଙ୍କୁ ଟିକା ଦିଆଯାଇପାରେ । ଏବେ ଦେଶରେ ଥିବା ଅଧିକାଂଶ ରାଜନେତାଙ୍କ ବୟସ ୫୦ ବର୍ଷରୁ ଅଧିକ । ଅନ୍ୟପଟେ ଭ୍ୟାକ୍ସିନେଶନ ତାଲିକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମମୋହନ ସିଂ ଓ ଏଚ୍ ଡି ଦେବେଗୌଡାଙ୍କ ନାମ ଆସୁଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ପୂର୍ବରୁ ସରକାର ସ୍ପଷ୍ଟ କରିଥିଲେ କି ଭ୍ୟାକ୍ସିନେଶନ କିଛି ପର୍ଯ୍ୟାୟରେ ହେବ । ଅନୁମାନ କରାଯାଉଛି କି ଦ୍ୱିତୀୟ ପର୍ଯ୍ୟାୟରେ ଟିକାକରଣ ଆସନ୍ତା ଏପ୍ରିଲ ମାସରେ କରାଯିବ । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ କେଉଁ ରାଜ୍ୟର ଲୋକମାନେ କେଉଁ ଭ୍ୟାକ୍ସିନ୍ ନେବେ ଏହା ସମ୍ପୁର୍ଣ୍ଣ ରାଜ୍ୟ ସରକାର ନିଷ୍ପତି ନେବେ । ରାଜସ୍ଥାନ ,ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଟିକାକରଣ ପ୍ରକ୍ରିୟା ସୁରୁଖୁରୁରେ ଚାଲୁଥିବା ବେଳେ ଦିଲ୍ଲୀ,ପଞ୍ଜାବ ସମେତ ରାଜ୍ୟରେ ଅନେକ ସ୍ୱାସ୍ଥ୍ୟକର୍ମୀ ମାନେ ଏହି ଟିକାକରଣରୁ ବଚିଂତ ହେଉଛନ୍ତି । ସେହିଭଳି ସ୍ଥାନରେ ଏହି କାର୍ଯ୍ୟକ୍ରମ ପୁରାମାତ୍ରାରେ ହେବା ଆବଶ୍ୟକ

By amfnews

Related Post