Sat. Mar 7th, 2026

ଦେହରେ କିରୋସିନ ଢ଼ାଳି ମହିଳାଙ୍କ ଆତ୍ମହତ୍ୟା

226 Views

ଝାରସୁଗୁଡ଼ା,: ଘରେ କେହି ନଥିବା ବେଳେ ଝାରସୁଗୁଡ଼ା ପୁରୁଣାବସ୍ତି ଲୁହୁରାପଡ଼ା ଠାରେ ଜଣେ ମହିଳା ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ହୋଇ ଆତ୍ମହତ୍ୟା କରିଥିବା ପୁଲିସ ସୂତ୍ରରୁ ଜଣାଯାଇଛି। ମୃତ ମହିଳାଙ୍କ ନାମ ଅଞ୍ଜଳି ଗୁରୁ(୨୭)। କିଛି ମାସ ତଳେ ଉକ୍ତ ମହିଳାଙ୍କ ବିବାହ ରାଜପୁର ଲୁଇସିଂ ଠାରେ ଅଜିତ ଗୁରୁଙ୍କୁ ବିବାହ କରିଥିଲେ ମଧ୍ୟ କୌଣସି କାରଣକୁ ବାପ ଘରକୁ ଚାଲି ଆସିଥିଲେ।

ପୁଲିସ ମୃତ ଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ପରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।

By amfnews

Related Post