Fri. Mar 6th, 2026

ଦେଶର ସମସ୍ତ ବିମାନ ବନ୍ଦରରେ ଇଣ୍ଡିଗୋର ସର୍ଭର ଅଚଳ; ଯାତ୍ରୀମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ

487 Views

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ଜାଣିବାକୁ ମିଳିଛି ଯେ ପ୍ରଥମେ ରାଜଧାନୀ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଇଣ୍ଡିଗୋ ଏୟାରଲାଇନ୍ସର ସର୍ଭର ଅଚଳ ହୋଇପଡ଼ିଥିଲା। ଫଳରେ ଯାତ୍ରୀମାନଙ୍କର ଯାତାୟାତରେ ବାଧା ଉପୁଜିଥିଲା ଏବଂ ସେମାନେ ଏହି ଅସୁବିଧା ସଂପର୍କରେ ଗ୍ରାଉଣ୍ଡ ଷ୍ଟାଫ୍‌ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଇଣ୍ଡିଗୋ ଏୟାରଲାଇନ୍ସର ସର୍ଭର ଅଚଳ ହୋଇପଡ଼ିବା ଫଳରେ ଏକାଧିକ ଇଣ୍ଡିଗୋ ବିମାନର ଉଡ଼ାଣରେ ଅହେତୁକ ବିଳମ୍ବ ଘଟିବା ସହ ଇଣ୍ଡିଗୋ ବିମାନରେ ଯାତ୍ରା କରିବାକୁ ଥିବା ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ବିମାନ ବନ୍ଦରରେ ପଡ଼ି ରହିଥିଲେ।

ପରେ ସମଗ୍ର ଦେଶର ବିମାନ ବନ୍ଦରରେ ଇଣ୍ଡିଗୋର ସର୍ଭର ଅଚଳ ହୋଇପଡ଼ିଥିବା ସ୍ୱୀକାର କରିବା ସହ ଇଣ୍ଡିଗୋ କର୍ତ୍ତୃପକ୍ଷ ଯାତ୍ରମାନଙ୍କୁ ସୋସିଆଲ ମିଡିଆ ବ୍ୟବହାର କରି ନିଜ ନିଜର ଅସୁବିଧା ସଂପର୍କରେ ଜଣାଇବାକୁ ଅନୁରୋଧ କରିଥିଲେ।

By amfnews

Related Post