228 Views
ମୁମ୍ବାଇ, ଅକ୍ଟୋବର ୩୦ : କିଛି ଦିନ ତଳେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଲଗାଇବା ପରେ ତନୁଶ୍ରୀ ଏବଂ ରାକ୍ଷୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଦୁହେଁ ଦୁହିଁଙ୍କୁ ଗୋଟେ ପରେ ଗୋଟେ ଟାର୍ଗେଟ କରି ଚାଲିଥିବା ବେଳେ ତନୁଶ୍ରୀ ରାକ୍ଷୀ ଦେଇଥିବା ବୟାନ ପାଇଁ ତାଙ୍କ ଉପରେ ୧୦କୋଟିର ମାନହାନି ମକଦ୍ଦମା କରିଥିଲେ । ଯାହା ପରେ ତନୁଶ୍ରୀଙ୍କ ଉପରେ ରାକ୍ଷୀ ଦୁଷ୍କର୍ମର ଅଭିଯୋଗ ଆଣି ତାଙ୍କ ବିରୋଧରେ ମାମଲା ଲଢ଼ିବେ ବୋଲି କହିଥିଲେ । ଦୁଷ୍କର୍ମର ଅଭିଯୋଗ ଲାଗିବା ପରେ ଏବେ ମୁହଁ ଖୋଲିଛନ୍ତି ତନୁଶ୍ରୀ ।
ରାକ୍ଷୀ ଶାରୀରିକ ସଂପର୍କ ଏବଂ ଟଙ୍କା ପାଇଁ ସବୁ ବେଳେ ଭୋକିଲା ଥାଆନ୍ତି ବୋଲି ତନୁଶ୍ରୀ କହିଛନ୍ତି । ମୁଁ ମୋ ମାତା-ପିତାଙ୍କ କଥା ମାନି କେବେ ହେଲେ ହାଇପ୍ରୋଫାଇଲ ଲୋକମାନଙ୍କ ସହ ମିଶେ ନାହିଁ । ସେମାନେ ମୋ ପାଇଁ ଠିକ୍ ନୁହନ୍ତି ବୋଲି ମୁଁ ଭାବେ ଏବଂ ଦେଖି ଚାହିଁ ବନ୍ଧୁ କରେ । ଏଭଳି ପରିସ୍ଥିତିରେ ମୁଁ ରାକ୍ଷୀଙ୍କ ଭଳି ଚରିତ୍ରହୀନ, ଡ଼ର୍ଟି ଏବଂ ଡ଼ାଉନ୍ମାର୍କେଟ ମହିଳାଙ୍କ ସହ କେବେ ହେଲେ ବନ୍ଧୁତା ରଖିବା କଥା ଚିନ୍ତା କରିବି ନାହିଁ । କିଛି ଦିନ ମଧ୍ୟରେ ରାକ୍ଷୀ ଯାହା ବି ମୋ ଉପରେ ଆରୋପ ଲଗାଇଛନ୍ତି ତାହା ସଂପୂର୍ଣ୍ଣ ମିଛ । କାରଣ ମୁଁ ତାଙ୍କୁ କେବଳ ଗୋଟେ ଥର ୨୦୦୯ରେ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଦେଖିଥିଲି । ମୁଁ ତାଙ୍କ ସହ କଥା ହେବାକୁ ଚାହୁଁ ନଥିବା ବେଳେ ସେ ଆସି ମୋ ସହ କଥା ହୋଇଥିଲେ । ସେ ମୋର ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଥିଲେ । ଯଦି ତୁମେ ଜିଜସ୍ଙ୍କ ଉପରେ ଭରସା କରୁନ, ତେବେ ତୁମେ ନର୍କକୁ ଯିବ ବୋଲି ସେ ମୋତେ କହିଥିଲେ । ମୁଁ ସ୍ୱର୍ଗ ଆଉ ନର୍କର ରାସ୍ତା ପଚାରିବା ପରେ ସେ ଚୁପ୍ ହୋଇ ଯାଇଥିଲେ ବୋଲି ତନୁଶ୍ରୀ କହିଥିଲେ ।