Thu. Jan 23rd, 2025

ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଜାରି, ଆଜି ଗୁଜୁରାଟରେ କୃଷକଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀ

By amfnews Dec 15, 2020 #Featured
193 Views

ନୂଆଦିଲ୍ଲୀ, ଡିସେମ୍ବର ୧୫ : କୃଷି ଆଇନକୁ ବିରୋଧ କରି ବିଗତ ୨୦ ଦିନ ହେବ ଜାତୀୟ ରାଜଧାନୀ ସୀମାରେ ଆନ୍ଦୋଳନ ଜାରି ରହିଛି । ଚାଷୀମାନଙ୍କର ଏହି ଆନ୍ଦୋଳନ ଦିନିକୁ ଦିନ ଏହା ଆହୁରି ତୀବ୍ର ରୂପ ନେଉଛି । ଅଧିକ ସଂଖ୍ୟାରେ ଚାଷୀ ଆନ୍ଦୋଳନରେ ଯୋଡ଼ି ହେଉଛନ୍ତି । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ମଙ୍ଗଳବାର) ଗୁଜୁରାଟର କୃଷକମାନଙ୍କୁ ଭେଟି ଆଲୋଚନା କରିବାକୁ ଯାଉଛନ୍ତି । 

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଗୁଜୁରାଟର କଚ୍ଛକୁ ଦିନିକିଆ ଗସ୍ତ କରୁଛନ୍ତି । ସେ ଶିଖ ସଂପ୍ରଦାୟର ଚାଷୀମାନଙ୍କୁ ଭେଟିବେ । ସରକାରୀ ସୂତ୍ରରୁ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରଧାମନମନ୍ତ୍ରୀ କିଛି ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ କଚ୍ଛରେ ଧୋରଡୋସ୍ଥିତ ଚାଷୀ ଓ କଳାକାରଙ୍କୁ ସମ୍ବୋଧନ କରିବେ । ମୁଖ୍ୟ କାର୍ଯ୍ୟକ୍ରମ ପୂର୍ବରୁ ସେ କଚ୍ଛର ଚାଷୀଙ୍କ ସହିତ ଆଲୋଚନା କରିବେ ।

ରାଜ୍ୟ ସୂଚନା ବିଭାଗ ତରଫରୁ ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁସାରେ ଭାରତ-ପାକ ସୀମା ନିକଟରେ ଅବସ୍ଥାପିତ ଶିଖ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ଆଲୋଚନା ପାଇଁ ଆନ୍ତ୍ରଣ କରାଯାଇଛି । କଚ୍ଛ ଜିଲ୍ଲାର ଲଖପତ ଅଂଚଳରେ ଏବଂ ଏହାର ଆଖପାଖ ଅଂଚଳରେ ପାଖାପାଖି ୫୦୦୦ ଶିଖ ପରିବାର ବସତି ସ୍ଥାପନ କରିଛନ୍ତି । ଦିଲ୍ଲୀର ସିଙ୍ଘୁ ସୀମାରେ ସୋମାବାର ପାଖାପାଖି ୩୨ଟି ଚାଷୀ ସଂଗଠନର ନେତା କେନ୍ଦ୍ରର ନୂଆ କୃଷି ଆଇନ ବିରୋଧ ଦିନକ ପାଇଁ ଆମରଣ ଅନଶନ କରିଛନ୍ତି । ସେହିଭଳି ଦେଶର ଅନ୍ୟସ୍ଥାନରେ ଆଇନ ବିରୋଧରେ ପ୍ରଦର୍ଶନ ହୋଇଛି । 

By amfnews

Related Post