Sun. Mar 8th, 2026

ଦିଆଯାଇଥିବା ସମୟ ମଧ୍ୟରେ ସିବିଆଇ ଅଫିସ୍‌ରେ ପହଞ୍ଚିଲେନି ରଜୀବ କୁମାର, ଫୋନ୍‌ ସୁଇଚ୍‌ଡ ଅଫ୍‌

194 Views

କୋଲକାତା  : କୋଲକାତାର ପୂର୍ବତନ ପୁଲିସ୍‌ କମିସନର ରାଜୀବ କୁମାର କେଉଁଠି? ଗିରଫଦାରୀ ଏଡ଼େଇବା ପାଇଁ ରାଜୀବ କରିଥିବା ଆବେଦନକୁ କାଲାକାଟା ହାଇକୋର୍ଟ ଖାରଜ କରିବା ପରେ ତାଙ୍କୁ ସମନ ପଠାଯାଇ ଶନିବାର ୧୦ଟାରେ ସଲ୍‌ଟ ଲେକ୍‌ଠାରେ ଥିବା ସିିବିଆଇ ଅଫିସ୍‌ରେ ପହଞ୍ଚିବାକୁ କୁହାଯାଇଥିଲା। ମାତ୍ର ରାଜୀବ ଏଯାବତ୍‌ ସ୍ଥାନରେ ପହଞ୍ଚି ନାହାନ୍ତି। ତାଙ୍କ ଫୋନ୍‌ ନମ୍ବର ସୁଇଚ୍‌ଡ ଅଫ୍‌ ଦେଖାଉଛି। ଏଥିରୁ ସ୍ପଷ୍ଟ ଯେ ସେ ପଠାଯାଇଥିବା ସମନକୁ ଅଣଦେଖା କରିଛନ୍ତି।

ରାଜୀବ କୁଆଡ଼େ ଚାଲିନଯାଆନ୍ତୁ ବୋଲି ବିଭିନ୍ନ ଆଡୁ ବ୍ୟବସ୍ଥା କଡ଼ା କଡ଼ି ହୋଇଛି। କୋଲକାତା ବିମାନ ବନ୍ଦରରେ ଆର୍ଲଟ ଜାରି କରାଯିବା ସହ ବିମାନ ଯାତ୍ରୀ ତାଲିକାରେ ତାଙ୍କ ନାମ ଅଛି କି ନାହିଁ ଦେଖିବାକୁ ନିର୍ଦ୍ଦେଶ ହୋଇଛି। ପୂର୍ବରୁ ରାଜୀବ କୁମାରଙ୍କୁ ତାଙ୍କ ପାସ୍‌ପୋର୍ଟ ସିବିଆଇ ନିକଟରେ ଦାଖଲ କରିବାକୁ କୁହାଯାଇଥିଲା। ଶାରଦା ଚିଟ୍‌ଫଣ୍ଡ୍‌ ମାମଲାରେ ଫସିଥିବା ରାଜୀବ କୁମାର କାଲାକାଟା ହାଇକୋର୍ଟରେ ଗିରଫଦାରୀ ଏଡ଼େଇବା ପାଇଁ ଆବେଦନ କରିଥିଲେ। ମାତ୍ର ଅଦାଲତ ସେହି ଆବେଦନକୁ ଖାରଜ କରି ତାଙ୍କୁ ଗିରଫ କରିବାକୁ ସିବିଆଇକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି।

By amfnews

Related Post