Sat. Mar 7th, 2026
221 Views

ଭୁବନେଶ୍ୱର : ଆଜି ଯେଉଁ ବାପ-ପୁଅଙ୍କ ଫଳାଫଳ ଆସିବାକୁ ଅଛି, ସେମାନଙ୍କ ମଧ୍ୟରେ ବିଜେପି ନେତା ଦାମୋଦର ରାଉତ ଓ ତାଙ୍କ ପୁଅ ସମ୍ବିତ ରାଉତରାୟ ଅଛନ୍ତି। ଗଣତି ଚାଲିଥିବା ବେଳେ କେଉଁ ଆସନରେ କିଏ ଆଗୁଆ ରହିଛନ୍ତି, ସେ ନେଇ ବରାବର ଖବର ଆସୁଛି।

ଦାମ ଏଥର ବାଲିକୁଦା-ଏରସମା ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବା ବେଳେ ସେ ପଛରେ ଥିବା ଜଣାପଡ଼ିଛି। ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସ ଏହି ଆସନରେ ଆଗରେ ଚାଲିଛନ୍ତି। ଅନ୍ୟପକ୍ଷରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଦାମଙ୍କ ପୁଅ ସମ୍ବିତ ରାଉତରାୟ ଆଗରେ ଅଛନ୍ତି।

ଶେଷ ଖବର ସୁଦ୍ଧା ୧୪୭ଟି ବିଧାନସଭା ଆସନରୁ ୧୦୯ଟିରେ ବିଜେଡି ଆଗୁଆ ରହିଥିବା ବେଳେ ୨୪ଟିରେ ବିଜେପି ଓ ୧୧ଟିରେ କଂଗ୍ରେସ ଆଗରେ ରହିଛି।

ସେହିପରି ଲୋକସଭା ଆସନରେ ବିଜେପି ୧୬ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେଡି ୫ଟି ଆସନରେ ଆଗରେ ରହିଛନ୍ତି।

By amfnews

Related Post