Fri. Mar 6th, 2026

ଦାମବାବୁଙ୍କ ବହିଷ୍କାର ସମ୍ବନ୍ଧରେ ବିଜେଡି ସୁପ୍ରିମୋଙ୍କ ପ୍ରତିକ୍ରିୟା: ସେ ଦାୟିତ୍ୱହୀନ ମନ୍ତବ୍ୟ ଦିଅନ୍ତି

295 Views

ଭୁବନେଶ୍ୱର   : ବରିଷ୍ଠ ନେତା ଦାମୋଦର ରାଉତ ବିଜେଡିରୁ ବହିଷ୍କାର ହେବା ପରେ ଦଳର ସୁପ୍ରିମୋ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି କି, ଦାମବାବୁ ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବାରୁ ତାଙ୍କୁ ବହିଷ୍କାର କରାଯାଇଛି।

ଦିଲ୍ଲୀ ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଦାମବାବୁ ସବୁବେଳେ ଦାୟିତ୍ୱହୀନ ମନ୍ତବ୍ୟ ଦିଅନ୍ତି। ତାଙ୍କ ଅଭିଯୋଗ ସବୁବେଳେ ନିଷ୍ଫଳ ଓ ହାସ୍ୟାସ୍ପଦ। ସେ ନୂଆ ଦଳ ଗଠନ କଲେ କୌଣସି ପ୍ରଭାବ ପଡ଼ିବ ନାହିଁ।

ସେପଟେ ବିଜେଡିରୁ ବହିଷ୍କାର ପରେ ଦାମ ରାଉତଙ୍କୁ ଭେଟିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଦାମ ଓ ବୈଜୟନ୍ତଙ୍କୁ ନେଇ ରାଜନୈତିକ ମହଲରେ ଅଙ୍କକଷା ଚାଲିଛି । ଦୁଇ ନେତାଙ୍କ ପରବର୍ତୀ ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି । ଦାମଙ୍କୁ ସାକ୍ଷାତ କରିବା ପରେ ବୈଜୟନ୍ତ କହିଛନ୍ତି, ଦାମଙ୍କ ସହ ଅନ୍ୟାୟ କରାଯାଇଛି ।

ଦାମ ଯେଉଁ ଦୁର୍ନୀତି ଅଭିଯୋଗ ଆଣିଥିଲେ ତା ଉପରେ ତଦନ୍ତ କରିବା ଉଚିତ ଥିଲା ବୋଲି କହିଛନ୍ତି ବୈଜୟନ୍ତ । ସେପଟେ ଦାମ ନବୀନଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବା ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦାମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଅନୁଗତଙ୍କ ଓଡ଼ିଶା ପ୍ରତି ପ୍ରତିବଦ୍ଧତା ନାହିଁ ବୋଲି ଦାମ କହିଛନ୍ତି ।

By amfnews

Related Post