Fri. Mar 6th, 2026

ଦାବି ପୂରଣ ଲାଗି ୧୮୦ କିଲୋମିଟର ବିଶିଷ୍ଟ ପଦଯାତ୍ରା କଲା କିସାନ ସଭା

534 Views

ମୁମ୍ବାଇ: ନାସିକ୍‌ରୁ ମୁମ୍ବାଇ ପର୍ଯ୍ୟନ୍ତ ୧୮୦ କିଲୋମିଟରର ଲମ୍ବା କୃଷକମାନଙ୍କ ପଦଯାତ୍ରା ବୁଧବାର ଆରମ୍ଭ ହୋଇଯାଇଛି। ରାଜଧାନୀ ମୁମ୍ବାଇ ଆଡ଼େ ପଦଯାତ୍ରା କରିବା ପାଇଁ ମହାରାଷ୍ଟ୍ରରେ ଥିବା ୨୩ଟି ଜିଲ୍ଲାର କୃଷକମାନେ ବୁଧବାର ଆସି ନାସିକରେ ପହଞ୍ଚିଥିଲେ। ଏହି ପଦଯାତ୍ରାରେ ପ୍ରାୟ ୫୦ ହଜାର କୃଷକ ଯୋଗଦାନ ଦେବେ ବୋଲି ପୂର୍ବରୁ ଆଶା କରାଯାଉଥିଲା। ଆସନ୍ତା ୨୭ ତାରିଖରେ ଏହି ପଦଯାତ୍ରାକୁ ମହାରାଷ୍ଟ୍ର ବିଧାନସଭା ସମ୍ମୁଖରେ ସମାପ୍ତ କରିବାର ଯୋଜନା ରହିଛି।

ଏହି ବିଶାଳ ପଦଯାତ୍ରା ଆୟୋଜନ କରୁଥିବା ଅଲ୍‌ ଇଣ୍ଡିଆ କିସାନ ସଭା(ଏଆଇକେଏସ୍‌) ପକ୍ଷରୁ ଅଭିଯୋଗ ହୋଇଛି ଯେ ଗତବର୍ଷ ମାର୍ଚ ମାସରେ ମଧ୍ୟ କୃଷକମାନେ ନାସିକ୍‌ରୁ ମୁମ୍ବାଇ ଏ ବର୍ଷ ପରି ପଦଯାତ୍ରା କରିଥିଲେ। ସେ ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ କୃଷକମାନଙ୍କ ଯେଉଁ ଦାବି ସବୁ ପୂରା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ତାହା ଏଯାବତ୍‌ ପୂରା ହୋଇନାହିଁ।

ପୂର୍ବ ବର୍ଷ ଯାହା ସବୁ ଦାବି କରି ଆଇକେଏସ୍‌ ପକ୍ଷରୁ ପଦଯାତ୍ରା କରାଯାଇଥିଲା ଏ ବର୍ଷ ତାଲିକାରେ ମଧ୍ୟ ସେହି ସବୁ ଦାବି ଉଲ୍ଳେଖ ରହିଛି। ସେମାନଙ୍କ ଦାବି ମଧ୍ୟରେ ରହିଛି କୃଷକମାନଙ୍କୁ ଋଣ ଛାଡ଼, ନ୍ୟୂନତମ ସମର୍ଥନ ମୂଲ୍ୟ, ପାଣି ସୁବିଧା ଓ କୃଷକମାନଙ୍କ ପାଇଁ ପେନ୍‌ସନ୍‌ ବ୍ୟବସ୍ଥା।

ଗତବର୍ଷ ଏହି ସବୁ ଦାବି ହୋଇଥିଲେ ବି ତାହାକୁ ପୂରା ନ କରିଥିବାରୁ କୃଷକମାନେ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାରଙ୍କୁ ବିରୋଧ କରି ଏହି ପଦଯାତ୍ରା କରୁଥିବା ଜାଣିବାକୁ ମିଳିଛି।

By amfnews

Related Post