144 Views
କଟକ : ତିନି ଦିନ ତଳେ ଭୁବନେଶ୍ୱରରେ ପଳାଶୁଣୀ ଓଭରବ୍ରିଜ୍ ଦବି ଥିବା ବେଳେ ଆଜି କଟକ କାଠଯୋଡ଼ି ବ୍ରିଜ୍ ଦବି ଯାଇଛି। ଗୋପାଳପୁର-ଲିଙ୍କରୋଡ୍ ରାସ୍ତାର ଆରମ୍ଭରୁ ବ୍ରିଜ୍ଟି ସାମନ୍ୟ ଦବି ଯାଇଛି। କଟକ ପଟରୁ ବ୍ରିଜ୍ଟି ଦବିଛି। ଦବିଥିବା ସ୍ଥାନକୁ ଏନ୍ଏଚ୍ଆଇ ଓ ପୁଲିସ୍ ପକ୍ଷରୁ କର୍ଡନ କରାଯାଇଛି। ବ୍ରିଜ୍ ଦବି ପରେ ଗାଡ଼ିଚଳାଚଳ ବାଧାପ୍ରାପ୍ତ ହୋଇଛି।
ନୂଆ ବ୍ରିଜ୍ ଦବି ଥିବାରୁ ଏବେ ଏହାର ନିର୍ମାଣ କାର୍ଯ୍ୟ ପରେ ପ୍ରଶ୍ନ ଉଠିଛି। ଘଟଣାସ୍ଥଳରେ କଂଗ୍ରେସର କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।