Sat. Mar 7th, 2026

ଡ୍ରାଇଭରଙ୍କ ଆତ୍ମହତ୍ୟା ଉଦ୍ୟମ

220 Views

ମାଲକାନଗିରି  : ୮ବର୍ଷର ଦରମା ଟଙ୍କା ନ ମିଳିବାରୁ ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ୍‌ ପରିସରରେ ଜଣେ ଠିକା ଡ୍ରାଇଭର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ତାଙ୍କ ନାଁ ସୁଶାନ୍ତ ସାହୁ। ସୁଶାନ୍ତ ଆଜି ବେକରେ ରଶି ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲା ବେଳେ ଅନ୍ୟ କର୍ମଚାରୀମାନେ ତାଙ୍କୁ ଧରି ପକାଇଥିଲେ।

ସୁଶାନ୍ତଙ୍କ ଅଭିଯୋଗ ଅନୁଯାୟୀ, ସେ ୮ ବର୍ଷ ହେବ କରୁକୋଣ୍ଡା ବ୍ଲକ୍‌ ବିଡିଓଙ୍କ ଠିକା ଡ୍ରାଇଭର ଭାବେ କାର୍ଯ୍ୟ କରି ଆସୁଛନ୍ତି। ହେଲେ ତାଙ୍କୁ ଏଯାଏ ଦରମା ମିଳିନାହିଁ। ଏନେଇ ସେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ଫଳ ମିଳିନଥିଲା। ତେଣୁ  ସେ ଉପାୟଶୂନ୍ୟ ହୋଇ ଶେଷରେ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି କହିଛନ୍ତି। ଏହି ଘଟଣାକୁ ନେଇ ତାଙ୍କ ପରିବାର ଲୋକେ ବ୍ଲକ୍‌ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି।

By amfnews

Related Post