Mon. Apr 21st, 2025

ଡାକ୍ତରୀ ପରୀକ୍ଷାର ଶେଷ ପର୍ଯ୍ୟାୟରେ ଅକ୍ସଫୋର୍ଡ ପ୍ରସ୍ତୁତ କୋଭିଡ୍-୧୯ ଟିକା

By amfnews Jun 25, 2020 #featurde
195 Views

ନୂଆଦିଲ୍ଲୀ: କରୋନାଭାଇରସ୍ କବଳରୁ କି ଭଳି ଲୋକମାନଙ୍କୁ ନିରାପଦ ରଖୁଛି ତାହା ଜାଣିବାକୁ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନିକା ପ୍ରସ୍ତୁତ କୋଭିଡ୍-୧୯ ନିରୋଧୀ ଟିକାର ଡାକ୍ତରୀ ପରୀକ୍ଷା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଆଷ୍ଟ୍ରାଜେନିକାକୁ ଲାଇସେନ୍‌ସ୍ କରାଯାଇଥିବା ‘ସିଏଚ୍‌ଏଡିଓଏକ୍ସ୧ ଏନ୍‌ସିଓଭି-୧୯’ ନାମକ ଏହି ଟିକା ପରବର୍ତ୍ତୀ ପର୍ଯ୍ୟାୟରେ ଇଂଲଣ୍ଡ୍‌ରେ ୧୦, ୨୬୦ ଜଣ ପ୍ରାପ୍ତ ବୟସ୍କ ଓ ପିଲାମାନଙ୍କୁ ଦିଆଯିବ। ଏହି ଟିକା ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ୍‌ରେ ମଧ୍ୟ ଲୋକମାନଙ୍କୁ ପରୀକ୍ଷାମୂଳକ ଭାବେ ଦିଆଯାଇଛି। ଭାରତ ଏବଂ ଅନ୍ୟାନ୍ୟ ନିମ୍ନ ମଧ୍ୟବିତ୍ତ ଆୟକାରୀ ଦେଶରେ ଏକ ବିଲିୟନ୍ ଟିକା ପ୍ରସ୍ତୁତ ପାଇଁ ଭାରତର ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ୧୦୦ ନିୟୁତ ଡଲାର ବିନିଯୋଗ କରିଛି।

Image Courtesy of The Times of India

ଏହି ଟିକା ‘ସିଏଚ୍‌ଏଡିଓଏକ୍ସ୧’ ଭୂତାଣୁରୁ ପ୍ରସ୍ତୁତ କରାଯାଇଛି। ଏହି ଭୂତାଣୁ ହେଉଛି ସିମ୍ପାଞ୍ଜିଙ୍କ ଶରୀରରେ ସଂକ୍ରମଣ କରାଉଥିବା ସାଧାରଣ ଥଣ୍ଡା ସୃଷ୍ଟିକାରୀ ଭୂତାଣୁ ‘ଆଣ୍ଡେନୋଭାଇରସ୍’ର ଦୁର୍ବଳ ରୂପ। ମଣିଷ ଶରୀରରେ ସଂକ୍ରମଣ ନ କରାଇବା ନିମନ୍ତେ ଏହାର ଗୁଣସୂତ୍ରକୁ ପରିବର୍ତ୍ତନ କରାଯାଇଛି।

ବୁଧବାର ଦିନ ଅକ୍ସଫୋର୍ଡ ଭ୍ୟାକ୍ସିନ୍‌ ଗ୍ରୁପ୍‌ର ମୁଖ୍ୟ ପ୍ରଫେସର୍ ଆଣ୍ଡ୍ରିଉ ପୋଲାର୍ଡ ଏକ ବିବୃତିରେ କହିଛନ୍ତି, ଏହି ଟିକାର ଶାରୀରିକ ପରୀକ୍ଷା ବା ଡାକ୍ତରୀ ପରୀକ୍ଷା ଖୁବ୍ ଭଲ ଅଗ୍ରଗତି କରିଛି। ବୟୋଜ୍ୟେଷ୍ଠମାନଙ୍କ ଶରୀରରେ ଏହି ଟିକା କିଭଳି ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରୁଛି ତାହାର ମୂଲ୍ୟାୟନ ନିମନ୍ତେ ଅଧ୍ୟୟନ ଆରମ୍ଭ କରିଛୁ। ସର୍ବସାଧାରଣଙ୍କୁ ଏହା ସୁରକ୍ଷା ଦେଇ ପାରିବ କି, ନାହିଁ ତାହାର ମଧ୍ୟ ପରୀକ୍ଷା ଚାଲିଛି।

By amfnews

Related Post