Thu. Dec 26th, 2024

ଡଙ୍କାରୀରେ ତୈଳ ପ୍ରକଳ୍ପ ବନ୍ଦ କରାଯିବା ଷଡଯନ୍ତ୍ର: ବି.ଜେ.ଡି ପାଉଛି କେତେ ହରାଉଛି କେତେ?

By amfnews Aug 14, 2018 #Featured
251 Views

ଯାଜପୁର,୧୪/୮: ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଡଙ୍କାରୀରେ ପ୍ରତିଷ୍ଠା ହେବାକୁ ଥିବା ଭାରତର ବୃହତମ ତୈଳ ପ୍ରକଳ୍ପ ହେବାକୁ ଯାଉଛି । ପ୍ରକଳ୍ପ ଅଂଚଳରେ ଥିବା ପଥର ଖାଦାନରୁ କୋଟିକୋଟି ଟଙ୍କା କଳାପଥର ଲୁଟ ପାଇଁ ଏହି ପ୍ରକଳ୍ପକୁ ବିରୋଧ କରାଯିବାର ଷଡଯନ୍ତ୍ର କରାଯାଉଛି । ଏପରିକି ଏଥିନେଇ ତୈଳ ମନ୍ତ୍ରଣାଳୟକୁ ମଧ୍ୟ ପ୍ରଭାବିତ କରାଯାଇ ପ୍ରକଳ୍ପକୁ ବିଳମ୍ବ କରାଯାଇଛି । ଏହି ବେଆଇନ କାରବାରରୁ ନିର୍ଦ୍ଧିଷ୍ଟ କ୍ଷମତାଶାଳୀ ଲୋକ ଉପକୃତ ହେଉଥିବା ବେଳେ ଅଯଥାରେ ବି.ଜେ.ଡି ଜନଅସନ୍ତୋଷର ଶୀକାର ହେଉଛି ।

ଏଥିପାଇଁ ବି.ଜେ.ଡି ପାଉଛି କେତେ ହରାଉଛି କେତେ ଏଥିନେଇ ଆତ୍ମସମୀକ୍ଷା କରାଯିବାକୁ ସାଧାରଣରେ ମତ ପ୍ରକାଶ ପାଉଛି । ସୋମବାର ଧର୍ମଶାଳାର ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଏ ସଂକ୍ରାନ୍ତରେ ବିସ୍ପୋରକ ବୟାନ ଦେବା ସହ ଏଥିନେଇ ତୁରନ୍ତ ସରକାରଙ୍କ ସ୍ୱାର୍ଥରକ୍ଷା ପାଇଁ ଏଠାରେ ଚାଲିଥିବା ବେଆଇନ କାରବାରକୁ ବନ୍ଦ କରିବାକୁ ଦାବି କରିଛନ୍ତି ।

ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି ତଥା ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଅଭିଯୋଗ କରିଛନ୍ତି ଯେ, ୨୦୧୪ ମସିହାରେ ଏହି ପ୍ରକଳ୍ପ ହେବାର ଘୋଷଣା ପରେ ଅଦ୍ୟାବଧି ପ୍ରକଳ୍ପ କାର୍ଯ୍ୟ ନଆଗେଇବା ଅନ୍ତରାଳରେ କେନ୍ଦ୍ର ସରକାର ଦାୟୀ । ପଥର ବ୍ୟବସାୟୀଙ୍କ ସ୍ୱାର୍ଥରକ୍ଷା ପାଇଁ ଏଭଳି ଏକ ଜାତୀୟ ସ୍ୱାର୍ଥ ଥିବା ପ୍ରକଳ୍ପକୁ ବିଳମ୍ବିତ କରାଯାଇଛି । ଏଠାରେ ତୈଳ ପ୍ରକଳ୍ପ ପାଇଁ ଖୋଳା ହେବାକୁ ଥିବା ଟନେଲରୁ ପ୍ରର୍ଯ୍ୟାପ୍ତ ପରିମାଣର କଳାପଥର ମିଳିବ । ଯାହାକୁ ନେଇ ଦୀର୍ଘ ବର୍ଷ ବିକାଶ ମୂଳକ କାମ କରାଯାଇପାରିବ । ଅପର ପକ୍ଷରେ ଯେଉଁମାନେ ଜୀବନ ଜୀବିକାର ପ୍ରଶ୍ନ ଉଠାଇ ପାହାଡ ବନ୍ଦ ନେଇ ଉଦବେଗ ପ୍ରକାଶ କରୁଛନ୍ତି ସେମାନେ ଡଙ୍କାରୀ ପାହାଡରୁ ଗୋଟିଏ ଦିନରେ ପଥର ଚୋରୀ କରାଯାଇ ହଡପ ହେଉଥିବା ୭୦ ଲକ୍ଷ ଟଙ୍କା କାହା ପକେଟକୁ ଯାଉଛି ତାର ଉତର ରଖିବା ଜରୋରୀ ।

ଏଠାରୁ ରାଜ୍ୟ ସରକାର ପାଉଥିବା ରାଜସ୍ୱର ୨୦୦ ଗୁଣ ପଥର ଦୈନିକ ଚୋରୀ ହୋଇଥାଏ । ବେଆଇନ ୱାଗନହୋଲ ବ୍ଲାଷ୍ଟିଂ ପାଇଁ ପାହାଡ ଲୋପ ପାଇବା କାରଣରୁ ଭୂତଳ ଜଳ ପ୍ରଦୂଷିତ ହେବାରୁ ଲୋକେ ଏହି ଅଂଚଳରେ ବିଭିନ୍ନ ପ୍ରକାର ରୋଗରେ ମୃତ୍ୟୁ ବରଣ କରୁଥିବା ବେଳେ ଚାଷ ଗୁରୁତର କ୍ଷତିଗ୍ରସ୍ତ ହେଉଛି । ୱାଗନହୋଲ ବ୍ଲାଷ୍ଟିଂ ଏବଂ ବାହାରର ମେଘା କ୍ରସର ମାଲିକ, ବାହାରର ସପ୍ଲାୟର୍ସ ପାଇଁ ହାତରେ ପଥର ବାଡେଇ ପେଟ ପୋଷୁଥିବା ଶ୍ରମିକ ତଥା ଏହି ଅଂଚଳର ଲୋକେ ଏହି ବେପାରରୁ ନିଜର ଜୀବିକା ହରାଇଲେ । ପାହାଡ ଚାରି ପାଖରେ ଥିବା ଗାଁ ଗୁଡିକର ଟ୍ରକ, ଟ୍ରାକ୍ଟର, କମ୍ପରସର ବି ଏଠାରେ କାମ ପାଇଲେ ନାହିଁ । ସରକାରଙ୍କୁ ରାଜସ୍ୱ ନଦେଇ ଲୁଟ ହେଉଥିବା ପଥର ଟନରେ ମାତ୍ର ୧୦୦ ଟଙ୍କା ଖର୍ଚ୍ଚ ହେଉନଥିବା ବେଳେ ୩୦୦ ଟଙ୍କାରେ କ୍ରସରକୁ ବିକ୍ରି କରାଯାଇ ଦୈନିକ ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଉଛି ।

ପାହାଡ ଚାରି ପାଖରେ ଥିବା ଲୋକ ମାନଙ୍କ କୌଣସି ପ୍ରକାର ଆର୍ôଥକ ବିକାଶ ହେଉ ନଥିବା ବେଳେ ସେମାନେ କେବଳ ସେହି ଶ୍ରମିକ ହୋଇ ରହିଛନ୍ତି । ଏପରିକି ଏଠାରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ଶ୍ରମ ଆଇନ ପରିସର କରାନଯିବାରୁ ସେମାନେ ମରିଗଲେ ବି କୌଣସି ସୁବିଧା ପାଉନାହାନ୍ତି । ହେଲେ ବାହାର ଅଂଚଳରୁ ଆସିଥିବା ଆଙ୍ଗୁଠି ଗଣତି ଲୋକେ ଏଠାରେ ବିଭିନ୍ନ ପ୍ରକାର ବ୍ୟବସାୟ କରି କୋଟିପତି ହେବା ସହ ଖାଦାନ ମାଲିକ, କ୍ରସର ମାଲିକ, ସପ୍ଲାୟର୍ସ ହୋଇଛନ୍ତି । ପାହାଡ ଲୁଟିବା ପାଇଁ ସାଟେଲାଇଟ ମାଧ୍ୟମରେ ପଥର ଉତ୍ତୋଳନ କରି ତଥ୍ୟ ସଂଗ୍ରହ ପ୍ରକିୟାକୁ ବନ୍ଦ କରି ରଖାଯାଇଛି । ଏହି ଚୋରୀରୁ ବିଜୁ ଜନତା ଦଳ କିମ୍ବା ରାଜ୍ୟ ସରକାର କେହି ଉପକୃତ ହେଉନାହାନ୍ତି । କେବଳ ନିର୍ଦ୍ଧିଷ୍ଟ କ୍ଷମତାସୀନ ନେତା ଏବଂ ପ୍ରଶାସକଙ୍କ ମିଳିତ ସୁଲାସୁତରାରେ ଏହି ଲୁଟକୁ ସୁରକ୍ଷା ଦିଆଯାଇ ଅଯଥାରେ ରାଜ୍ୟର ଜନପ୍ରୀୟ ସରକାରକୁ ବଦନାମ କରାଯାଉଛି । ଏଥିପାଇଁ ଜଣେ ବି.ଜେ.ଡି ନେତା ଭାବେ ବାରମ୍ବାର ଏହି ଆନ୍ଦୋଳନର ନେତୃତ୍ୱ ନେବା ସହ ବିରୋଧ କରିଆସିଛି ।

ବିକାଶ ପାଇଁ ପଥର ଆବଶ୍ୟକ ବୋଲି ଜନସ୍ୱାର୍ଥ ଏବଂ ସରକାରଙ୍କ ରାଜସ୍ୱ ଆୟ ଜନିତ ସ୍ୱାର୍ଥକୁ ଆଖି ବୁଜିଦେଇ ନିର୍ଦ୍ଧିଷ୍ଟ ଲୋକଙ୍କୁ ଚୋରୀ କରିବାକୁ ସରକାରୀ ସଂପତିକୁ ଛାଡି ଦିଆଯିବା ଉଚିତ ନୁହେଁ । ଗତ ୨୦ ବର୍ଷ ଭିତରେ ଏଠାରେ ଉତୋଳିତ ହୋଇଥିବା ପଥର ନେଇ ଖଣି ସୁରକ୍ଷା ଆଇନ ଅନୁସାରେ ଆକଳନ କରାଗଲେ ସରକାର ହଜାର ହଜାର କୋଟି ଟଙ୍କା ଅଧିକ ରାଜସ୍ୱ ପାଇବେ । ପାହାଡ ନିଲାମ ନେଇଥିବା ବହୁ ଇଜରାଦାର ଏବଂ ପ୍ରଶାସକ ଏଥିପାଇଁ ଜେଲ ଯିବାକୁ ପଡିବ । ଧର୍ମଶାଳାର ଅଭୟପୁର ଠାରୁ ଅରାବଳ ପର୍ଯ୍ୟନ୍ତ ବହୁ ପଂଚାୟତର ଲୋକଙ୍କ ପାଇଁ ପଥର ପାହାଡ ନଥିଲେ ମଧ୍ୟ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ।

ହେଲେ ବାସ୍ତବ ଜନମତକୁ ଚାପି ଦେଇ ପଥର ବ୍ୟବସାୟୀଙ୍କ କଳାଟଙ୍କାରେ ପରୋକ୍ଷରେ ବି.ଜେ.ଡି ଦଳ ଓ କ୍ଷମତାକୁ ବ୍ୟବହାର କରାଯାଇ ଏହି ପ୍ରକଳ୍ପ ବିରୋଧରେ ଜନଆନ୍ଦୋଳନ ଠିଆ କରାଇବାକୁ କେତେକ ସଂଗଠନ ନାମରେ ଚାଲିଥିବା ଚକ୍ରାନ୍ତକୁ ନବୀନବାବୁଙ୍କ ନେତୃତ୍ୱ ପ୍ରତି ଆସ୍ଥା ରଖିଥିବା ପ୍ରତ୍ୟେକ ବ୍ୟକ୍ତି ଏବଂ ଧର୍ମଶାଳାର ଲୋକେ ବିରୋଧ କରନ୍ତୁ । ଏଥିନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ତଥ୍ୟ ସହ ଅବଗତ କରାଯିବ । ଏହାସହ ନିଦ୍ଧିଷ୍ଟ କ୍ଷମତାଶାଳୀ ଆମ ଅଂଚଳରୁ ଦୈନିକ କେତେ ଲୁଟ କରିଛନ୍ତି ଏବଂ ଏ ଅଂଚଳ ପାଇଁ ସେହି କଳାଧନରୁ କଣ କରିଛନ୍ତି ହିସାବ ମାଗନ୍ତୁ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ସତୀଶ ହିସାବ ମାଗିବା ପରେ ଏହି ପ୍ରସଙ୍ଗକୁ ନେଇ ଆଲୋଚନା ସରଗରମ ହୋଇଛି ।

By amfnews

Related Post