Thu. Jun 12th, 2025

ଟ୍ରମ୍ପ୍‌ଙ୍କ ସହ ମତଭେଦ ଯୋଗୁଁ ଇସ୍ତଫା ଦେଲେ ପ୍ରତିରକ୍ଷା ସଚିବ ଜିମ୍‌ ମ୍ୟାଟିସ୍‌

By amfnews Dec 21, 2018 #Featured
202 Views

ଓ୍ଵାସିଂଟନ୍‌, ଡିସେମ୍ବର ୨୧ : ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ବୈଦେଶିକ ନୀତି ସହ ସହମତ ହୋଇ ନ ପାରିବାରୁ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ସଚିବ ଜିମ୍‌ ମ୍ୟାଟିସ୍‌ ଗୁରୁବାର ଦିନ ଇସ୍ତଫା ଦେଇଥିବା କଥା କହିଛନ୍ତି। ଶୀର୍ଷସ୍ତରୀୟ ପରାମର୍ଶଦାତାଙ୍କୁ ଅମାନ୍ୟ କରି ସିରିଆରୁ ସମସ୍ତ ଯୁକ୍ତରାଷ୍ଟ୍ର ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ଲାଗି ନିଷ୍ପତ୍ତି ନେବାର ଦିନକ ପରେ ଜିମ୍‌ ଏ ଭଳି ପଦକ୍ଷେପ ନେଇଛନ୍ତି। ମତପାର୍ଥକ୍ୟ ଉପରେ ଟ୍ରମ୍ପ୍‌ଙ୍କ ସହ ମୁହାଁମୁହିଁ କଥା ହେବା ପରେ ମ୍ୟାଟିସ୍‌ ଇସ୍ତଫା ଦେବାକୁ ଯୋଜନା କରିଥିବା କଥା ଘୋଷଣା କରିଛନ୍ତି।

ଟ୍ରମ୍ପ୍‌ ବଳପୂର୍ବକ ମ୍ୟାଟିସ୍‌ଙ୍କୁ ବିଦା କରି ନାହାନ୍ତି ବୋଲି ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି।

ପୂର୍ବରୁ ମେରାଇନ୍‌ରେ ଜେନେରାଲ୍‌ ଥିବା ମ୍ୟାଟିସ୍‌ ନାଟୋ ଏବଂ ଆମେରିକାର ପାରମ୍ପରିକ ମେଣ୍ଟ ସହ ସମ୍ପୃକ୍ତ ଥିବାରୁ ଟ୍ରମ୍ପ୍‌ଙ୍କ ସହ ତାଙ୍କର ମତଭେଦ ରହୁଥିଲା। ସେ ଟ୍ରମ୍ପ୍‌ଙ୍କ ସିରିଆ ନିଷ୍ପତ୍ତିକୁ ବିୋଧ କରୁଥିଲେ। ଏହା ତାଙ୍କ ଇସ୍ତଫାର ପ୍ରମୁଖ କାରଣ ବୋଲି ଜଣେ ଅଧିକାରୀ କହିଛନ୍ତି।

By amfnews

Related Post