Sat. Mar 7th, 2026

ଟ୍ରକ୍‌ ପଛରେ ପିଟି ହେଲା ବୋଲେରୋ; ୩ ମୃତ, ୬ ଗୁରୁତର

130 Views

ବଲାଙ୍ଗିର/ଧର୍ମଗଡ଼ : ବଲାଙ୍ଗିର-ସୋନପୁର ରାସ୍ତାର ବଇରାସ ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ଏକ ବୋଲେରୋ ପଛପଟୁ ଧକ୍କା ଦେବାରୁ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ମୃତକମାନେ ହେଲେ ଶକୁନ୍ତଳା ସାହୁ, ପବିତ୍ର ସାହୁ ଓ ତେଜ ବାଗ୍।

ମୃତାହାତଙ୍କ ଘର ପାଟଣାଗଡ଼ ଥାନା ଅନ୍ତର୍ଗତ ଘୁମେର ଓ ତମିଆଁ ଗାଁରେ। ସୂଚନା ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ଏହି ଦୁଇ ଗାଁର ୧୩ ଜଣ ମହିଳା ଓ ପୁରୁଷ ବୋଲେରୋରେ ଯୋଗେ ପୁରୀ ଅଭିମୁଖେ ଯାଉଥିଲେ। ଏହି ସମୟରେ ବଇରାସ ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ବୋଲେରୋଟି ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଶକୁନ୍ତଳା ଓ ତେଜଙ୍କ ମୃତ୍ୟୁ ଘଟିଥିବା ବେଳେ ତରଭା ମେଡ଼ିକାଲରେ ପବିତ୍ରଙ୍କ ମୃତ୍ୟୁ ହୋଇଥିଲା। ୬ ଗୁରୁତରଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍‌ କଲେଜ୍ ଓ ହସ୍‌ପିଟାଲରେ ଭର୍ତ୍ତି କରିଛନ୍ତି। ୪ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ମୃତ ଶକୁନ୍ତଳା ସାହୁଙ୍କ ପୁଅ ହରେକୃଷ୍ଣ କହିଛନ୍ତି ଯେ ତେଜ ସାହୁ ସେମାନଙ୍କୁ ନେଇ ଯାଉଥିଲେ। ସେମାନେ ପ୍ରଥମେ ପୁରୀ ଯାଇଥା’ନ୍ତେ। ସେଠାରୁ ଫେରି କୌଣସି ଏକ ଇଟା ଭାଟିରେ ଦୁଇ ମାସ କାମ କରିଥା’ନ୍ତେ।

By amfnews

Related Post