Sat. Mar 7th, 2026

ଟ୍ରକ୍‌ ଧକ୍କାରେ ଆଖି ବୁଜିଲେ ଭାଇଭଉଣୀ

131 Views

ବଲାଙ୍ଗିର  : ବଲାଙ୍ଗିର ଜିଲ୍ଲା ଦେଓଗାଁ-ତୁଷୁରା ରାସ୍ତା ମହିପୁର ଛକରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ ଭାଇଭଉଣୀ ପ୍ରାଣ ହରାଇଛନ୍ତି। ସେମାନେ ହେଲେ ମଣ୍ଟୁ ବେନିଆ ଓ ତାଙ୍କ ଭଉଣୀ ସଞ୍ଜୁ ବେନିଆ।

ସୂଚନା ଅନୁଯାୟୀ, ସଞ୍ଜୁ ତାଙ୍କ ଭାଇ ମଣ୍ଟୁଙ୍କ ସହ ବାଇକ୍‌ରେ ସାଲେପାଲି ଗାଁକୁ ଯାଉଥିଲେ। ମହିପୁର ଛକ ନିକଟରେ ସେମାନେ ରାସ୍ତା ଅତିକ୍ରମ କରିବା ବେଳେ ତୁଷୁରା ପଟୁ ଦ୍ରୁତ ଆସୁଥିବା ଏକ ଚାଉଳ ବୋଝେଇ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲେ। ଫଳରେ ସେମାନେ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା।

ସଞ୍ଜୁ ସାଲେପାଲିର ଆଶ୍ରମ ସ୍କୁଲରେ ପଢୁଥିଲେ। ଦଶହରା ଛୁଟି ପରେ ମଣ୍ଟୁ ଆଜି ତାଙ୍କୁ ସ୍କୁଲ ଛାଡ଼ିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

By amfnews

Related Post