Sun. Mar 8th, 2026

ଝଗଡ଼ା ପରେ ୨ ଭଉଣୀଙ୍କ ଚରମ ପଦକ୍ଷେପ : ସାନ ମୃତ; ବଡ଼ ଗୁରୁତର

215 Views

ଭଦ୍ରକ : ଆଜି ପବିତ୍ର ସରସ୍ବତୀ ପୂଜା ଅବସରରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କ୍ଷୀରସାହିରେ ଘଟିଛି ଏକ ଅଭାବନୀୟ ଘଟଣା। ଦୁଇ ଭଉଣୀଙ୍କ ଭିତରେ କୌଣସି କାରଣରୁ ଝଗଡ଼ା ଲାଗି ସାନ ଭଉଣୀ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ବଡ଼ ଭଉଣୀ ବିଷ ପିଇ ଗୁରୁତର ହୋଇଛି।

ସୂଚନାରୁ ପ୍ରକାଶ ଯେ ଭଦ୍ରକ ଗ୍ରାମାଞ୍ଚଳ ଥାନା କ୍ଷୀରସାହି ଗ୍ରାମର ଲକ୍ଷ୍ମୀଧର ଦାସଙ୍କ ଦୁଇ ଝିଅ ମଧୁସ୍ମିତା ଓ ରୁପା ମଧ୍ୟରେ କୌଣସି କାରଣକୁ ନେଇ ଆଜି ଝଗଡ଼ା ଲାଗିଥିଲେ। ସେତିକିବେଳେ ବାପା ମାଆ କେହି ଘରେ ନ ଥିଲେ। ଏହାର କିଛି ସମୟ ପରେ ସାନ ଭଉଣୀ ରୁପା ନିଜ ରୁମରେ କବାଟ ବନ୍ଦ କରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସାନ ଭଉଣୀର ଆତ୍ମହତ୍ୟା ଦେଖି ବଡ଼ ଭଉଣୀ ମଧୁସ୍ମିତା ମାନସିକ ସନ୍ତୁଳନ ହରାଇ ବିଷ ପିଇ ଦେଇଥିଲେ। ବିଷ ଜ୍ବାଳାରେ ମଧୁସ୍ମିତା ଛଟପଟ ହେଉଥିବା ବେଳେ ପାଖ ପଡ଼ୋଶୀ ଖବର ପାଇ ସେମାନଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ନେଇ ଯାଇଥିଲେ। ମାତ୍ର ଡାକ୍ତର ରୁପାକୁ ମୃତ ଘୋଷଣା କରିଥିବା ବେଳେ ବଡ଼ ଭଉଣୀ ମଧୁସ୍ମିତାକୁ କଟକ ସ୍ଥାନାନ୍ତର କରିଥିଲେ। ଏଭଳି ଏକ ଦୁଃଖଦ ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

By amfnews

Related Post