Fri. Mar 6th, 2026

ଜୟପୁରରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

178 Views

ଜୟପୁର : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟପୁରରେ ପହଂଚିଲେ । ସେ ଜୟପୁରର ବାଙ୍କବିଜା ପଡିଆରେ ଜନତାଙ୍କୁ ସମ୍ବୋଧନ କରିବେ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ହେଲିକେପ୍ଟର ଯୋଗେ ଜୟପୁରରେ ପହଂଚିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ସମୟପରେ ଜୟପୁରରେ ସାଧାରଣ ସଭାରେ ଉଦବେଧନ ଦେବେ । ଇତିମଧ୍ୟରେ ଜୟପୁରଠାରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।ଦଳର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା , ବିଜୟ ମହାପାତ୍ର, ମନମୋହନ ସାମଲ ଏବଂ ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ଉଦବୋଧନ ଦେଇସାରିଛନ୍ତି।

ତେବେ ଜୟପୁର ଗସ୍ତ ପୂର୍ବରୁ ମୋଦୀ ଟ୍ୱିଟ ଯୋଗେ ଉଭୟ ବିଜୁ ଜନତା ଦଳ ଏବଂ କଂଗ୍ରେସକୁ ବିଜେଡି ଏବଂ କଂଗ୍ରେସ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି । ସେ ନିଜ ଟ୍ୱିଟରେ କହିଛନ୍ତି ଯେ, କୋରାପୁଟରେ ଏକ ସାଧାରଣ ସଭାରେ ଓଡିଶାବାସୀଙ୍କ ସହ କଥା ହେବା ପାଇଁ ଉତ୍ସାହିତ । ବିଜୁ ଜନତା ଦଳ ଜନତାଙ୍କ ଆକାଂକ୍ଷା ପୂରଣ କରିବାରେ ବିଫଳ ହୋଇଛି । କଂଗ୍ରେସ ମଧ୍ୟ ବିରୋଧୀ ଦଳର ଭୂମିକା ନେବାରେ ବ୍ୟର୍ଥ ହୋଇଛି । ଓଡିଶା ଏକ ଭଲ ସରକାର ପାଇଁ ହକଦାର । କେବଳ ବିଜେପି ହିଁ ଏହାକୁ ପୂରଣ କରିପାରିବ ବୋଲି ମୋଦୀ କହିଛନ୍ତି ।

By amfnews

Related Post