Sun. Mar 8th, 2026

ଜେଲରୁ ଖସିବା ଯିବା ଉଦ୍ୟମ ପଣ୍ଡ ହେବା ପରେ ପାର୍ସଲ୍‌ ବୋମା ଘଟଣାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲର ଚାଞ୍ଚଲ୍ୟକର ବୟାନ

306 Views

ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପକାରାଗାରରୁ ଗତ ଗୁରୁବାର ସକାଳୁ ବିଚାରଧୀନ କଏଦୀ ଫେରାର ଉଦ୍ୟମ ପଣ୍ଡ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପଛରେ ପାର୍ସଲ୍‌ ବୋମା ଘଟଣାର ମାଷ୍ଟରମାଇଣ୍ଡ ଅଭିଯୁକ୍ତ ପୁଞ୍ଜିଲାଲ ମେହରଙ୍କ ହାତ ଥିବା ସନ୍ଦେହ କରାଯାଉଛି। ସେପଟେ, ଘଟଣାର ପ୍ରକୃତ ସତ ସେତେବେଳେ ସାମ୍ନାକୁ ଆସିବ ଯେତେବେଳେ ତଦନ୍ତ କରୁଥିବା ସମ୍ବଲପୁର ଡିଆଇଜି ଗଣଧ୍ୟମଙ୍କୁ କୌଣସି ସୂଚନା ଦେବେ ।

ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ପୁଂଜିଲାଲ ମେହେର ପାଟଣାଗଡ ଜେଲରେ ଅଛି। ପୁଂଜିଲାଲ ମେହେର ଜେଲରୁ ଖସି ଯିବା ପାଇଁ ଚେଷ୍ଟା କରୁଥିବା ଘଟଣାରେ ଚାଞ୍ଚଲ୍ୟକରର ବୟାନ ଦେଇଛି ।

ପୁଞ୍ଜିଲାଲ କହିଛି, ସେ କୌଣସି ଦୋଷୀ ନୁହେଁ, ତାଙ୍କୁ ଫସାଇବା ପାଇଁ ଏପରି କରାଯାଉଛି । ଜେଲ କର୍ତ୍ତୃପକ୍ଷ ତାଙ୍କୁ ବାରମ୍ବାର ଟଙ୍କା ମାଗୁଛନ୍ତି । ସେ ଟଙ୍କା ଦେବାକୁ ମନା କରିବାରୁ ଏମିତି ଷଡଯନ୍ତ୍ର କରାଯାଇଛି ବୋଲି ପୁଂଜିଲାଲ ବୟାନ ଦେଇଛି। ଏହାପରେ ଆସିଷ୍ଟାଂଡ ଜେଲର ପ୍ରଦୀପ ମହାଲିଙ୍ଗ ପୁଞ୍ଜିଲାଲକୁ ଟାଣି ଜେଲ ଭିତରକୁ ନେଇଯାଇଥିଲେ।

By amfnews

Related Post