Tue. Mar 4th, 2025

ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୨୮୮ ୟୁନିଟ ରକ୍ତ ସଂଗ୍ରହ

By amfnews Nov 26, 2018 #Featured
164 Views

ରାଉରକେଲା, ୨୬ା୧୧ : ଜଗଦା କମ୍ୟୁନିଟି ସେଣ୍ଟର ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ରକ୍ତଦାନ ଶିବିର ଆରଡ଼ିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ କୁନବିହାରୀ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ରକ୍ତଦାନ ଶିବିରରେ ୨୮୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବିଜେଡି ଜୋନ-୭, ଡ.ଆମ୍ବେଦକର ଶିକ୍ଷା ସମୂହ, ଔରା ମହିଳା ସମିତି, ଜଗଦା ମାନବ ସେବା ପ୍ରତିଷ୍ଠାନ, ଜଗଦା ସାଂସ୍କୃତିକ ପରିଷଦ, ଅସ୍ମିତା ପରିବାର, ଅସ୍ମିତା ଫାଉଣ୍ଡେସନ, ଜଗଦା ଡ଼େଭଲେପମେଣ୍ଟ କମିଟି, ମାତୃକୃପା ପ୍ରମୁଖ ସଂସ୍ଥାର ସଦସ୍ୟମାନେ ଏଥିରେ ରକ୍ତ ଦାନ କରିଥିଲେ ।

ଜୋନ-୭ ଶିବନାରାୟଣ ଦାସ, ପ୍ରଶାନ୍ତ ସେଠୀ, ଶ୍ରୀଚରଣ ସାମଲ, ଅକ୍ଷୟ ପାତ୍ର, ଗୋପାଳ ପାତ୍ର, ନଳିନୀ ପଟ୍ଟନାୟକ, ଆଶିଷ ସାହୁ, ସୁମନ ଦତ୍ତ, ରାଜାରାମ ମହାରଣା , ଜୟଜ୍ୟୋତି ପାତ୍ର, ସଂଜୀବ ମହାନ୍ତି, କୈଳାସ ସାହୁ, ଅମୂଲ୍ୟ ପାତ୍ର, ଅଜୟ ମାନସିଂ,ଏସଏନ ଜେନା, ପୀତାମ୍ବର ନାୟକ, କେବି ମହାପାତ୍ର, ସୁରେନ୍ଦ୍ର ପାଢ଼ୀ, ରଞ୍ଜନ ସାହୁ, ହରିଶ ସିଂସାମନ୍ତ, ରାଜେଶ ଜେନା, ଚର୍ତ୍ତୁଭୁଜ ମହାପାତ୍ର, ଶିଶିର ମୁଦୁଲି, କ୍ରିଷ୍ଣା ସିଂ, ସୁଦାମ ପ୍ରଧାନ, ଲକି ମହାନ୍ତି, ଯଶୋବନ୍ତ ମହାନ୍ତି, ରାକେଶ ମହାନ୍ତି, ବିନି ଓରାମ, ପହଲି ନାୟକ, ପ୍ରଭାକର ସାବତ, ଅନୁପ ସାମଲ, ଲିଟୁ ପୁହାଣ, ଦେବୀ ଜେନା, ପ୍ରକାଶ ବକ୍ସି, ପ୍ରକାଶ ପତି, ସୁର ରାଉତ, ପି.କେ. ମିଶ୍ର, ବି.ବି. ମିଶ୍ର, ରୋହିତ ସାହୁ, ଚକ୍ରଧର ମଲ୍ଲିକ, ନାରାୟଣ ପ୍ରଧାନ, କେସି ତ୍ରିପାଠୀ, ଜୟନ୍ତ ପତି, ଲଳିତ ଅଗ୍ରୱାଲ, ବ୍ରଜମୋହନ ଅଗ୍ରୱାଲ, ନବଲୁ ଅଗ୍ରୱାଲ, ବିବେକ ଜେନା, ଅମୀୟ ଦାଶ, ସୁମିତା ମହାନ୍ତି, ରୀତାରାଣୀ ସାମଲ, ଅହଲ୍ୟା ମହାପାତ୍ର, ସୁମିତ ମାଇତି, ରାକେଶ ପରମାଣିକ, ବିଜୟ ଶର୍ମା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

By amfnews

Related Post