Fri. Dec 27th, 2024

ଜିଲା ୩ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମହିଳା ମୋର୍ଚ୍ଚା ପ୍ରଭାରୀଙ୍କ ନାମ ଘୋଷଣା

rklsanchar@gmail.com' By J.N. Pradhan Aug 5, 2018 #Featured
141 Views

ରାଉରକେଲା, ୫ା୮  : ମହିଳା ମୋର୍ଚ୍ଚାକୁ ସୁଦୃଢ ଓ ଶକ୍ତିଶାଳୀ କରିବା ପାଇଁ ମହିଳା ମୋର୍ଚ୍ଚାର ଜିଲା ସଭାନେତ୍ରୀ ଲତିକା ପଟ୍ଟନାୟକ ପାନପୋଷ ସାଙ୍ଗଠନିକ ଜିଲାରେ ଥିବା ୩ଟି ବିଧାନସଭା କ୍ଷେତ୍ରରେ ପାଇଁ ବିଜେପି ଜିଲା ସଭାପତି ଜଗବନ୍ଧୁ ବେହେରାଙ୍କ ଅନୁମୋଦନକ୍ରମେ ଜିଲା ମହିଳା ମୋର୍ଚ୍ଚାର ୩ ଜଣ ସାଧାରଣ ସମ୍ପାଦିକାଙ୍କୁ ମହିଳା ମୋର୍ଚ୍ଚା ପ୍ରଭାରୀ ଭାବେ ଦାୟିତ୍ୱ ପ୍ରଦାନ ସହ ସେମାନଙ୍କ ନାମ ଘୋଷଣା କରିଛନ୍ତି ।

ରାଉରକେଲା ବିଧାନସଭା କ୍ଷେତ୍ର ପାଇଁ ଇପସିତା ବିଶ୍ୱାଳ, ରଘୁନାଥପାଲି ବିଧାନସଭା କ୍ଷେତ୍ର ପାଇଁ ଲୀନା ରାଉତ ଓ ବୀରମିତ୍ରପୁର ବିଧାନସଭା କ୍ଷେତ୍ର ପାଇଁ ପଦ୍ମିନୀ ଦାଶଙ୍କୁ ମହିଳା ମୋର୍ଚ୍ଚା ପ୍ରଭାରୀ ଭାବେ କାର୍ଯ୍ୟ କରିବେ ।

ପ୍ରଭାରୀମାନେ ବିଧାନସଭା କ୍ଷେତ୍ରରେ ଥିବା ମଣ୍ଡଳ ମହିଳା ମୋର୍ଚ୍ଚାକୁ ତୃଣମୂଳ ସ୍ତରରେ ମଜବୁତ ଓ ସକ୍ରିୟ କରିବା ସହ କେନ୍ଦ୍ର ସରକାରଙ୍କ ବିବିଧ ଜନହିତକାରୀ ଯୋଜନାଗୁଡିକ ସମାଜର ସବୁବର୍ଗର ଲୋକଙ୍କ ନିକଟରେ କିପରି ପହଞ୍ôଚ ପାରିବ ତାହା ତଦାରଖ କରିବା ସହ ଦଳକୁ ଶକ୍ତିଶାଳୀ କରିବା ଓ ଜନତାଙ୍କ ସେବା ପାଇଁ ମହିଳା ମୋର୍ଚ୍ଚା କାର୍ଯ୍ୟ କରିବ ବୋଲି ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

Related Post