ରାଉରକେଲା, ୯/୭: ଆଜି ରାଉରକେଲା ଜିଲା କଂଗ୍ରେସର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଦଳକୁ ତୃଣମୂଳ ସ୍ତରରେ ମଜବୁତ କରିବା ପାଇଁ ମତ ପ୍ରକାଶ ପାଇଥିଲା । ପୂର୍ବାହ୍ନ ସାଢେ ୧୦ଟାରେ ଆୟୋଜିତ ବୈଠକରେ ଜିଲା ସଭାପତି ରବି ରାୟ ଅଧ୍ୟକ୍ଷତା କରିଥିଲେ । ଏଥିରେ କାର୍ଯ୍ୟକାରୀ ସଭାପତି ସବୀର ହୁସେନ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଦଳର ୧୦ଟି ବ୍ଲକ୍ର ବିଭିନ୍ନ ବୁଥ୍ ସ୍ତରରୁ କିପରି ଦଳକୁ ସୁଦୃଢ କରାଯାଇ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ପଡିବ । ଏହାସହିତ କଂଗ୍ରେସକୁ ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ ନେତା ନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ ।
ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ ଜେ.ଏନ୍. କୁମାର, ରାଜେଶ ଟପ୍ପୋ, କୀର୍ତ୍ତନ ଦାସ, ମନୁ ସାମଲ, ସୋମନାଥ ପଣ୍ଡା, ଏଚ୍.ସି. ପାଣି, ଗଜେନ୍ଦ୍ର ତନ୍ତୀ, ରତିକାନ୍ତ ମଲ୍ଲିକ, ରଶ୍ମିରଞ୍ଜନ ନନ୍ଦ, ଭାସ୍କର ଖିଲାର, ଏମ୍.ଏସ୍. ଭୋଇ, ସନ୍ତୋଷ ତନ୍ତୀ, ସୋଏବ ଅକତର, ଏମ୍ଡି ସମୀମ, ରଞ୍ଜନ ପାତ୍ର, ଏମ୍ଡି ଫାରୁକ ଖାନ, ଏଆଇ.ଏମ୍. ପଣ୍ଡା, ଏମ୍ଡି ଇଜାଜ, ଏମ୍ଡି ସାହିର, ଏମ୍ଡି ସାକିର, ରେହମାନ ରିୟାଜ, ଏମ୍ଡି ସାହାବୁଦ୍ଦିନ, ଚିତ୍ତରଞ୍ଜନ ମହାନ୍ତି, ଲକ୍ଷ୍ମୀପ୍ରିୟା ଜେନା, ଏମ୍ଡି ସଫିର, ବିଜୟଲକ୍ଷ୍ମୀ ପ୍ରଧାନ, ଜ୍ୟୋତି ଡୁଙ୍ଗଡୁଙ୍ଗ, ଏନ୍. ବଳିୟାରସିଂ, ରଞ୍ଜିତା ମଲ୍ଲିକ, ଏମ୍ଡି ଇମାମ, ଅଲମିରାଜ, ଏମ୍ଡି ଆସିଫ୍, ବି. କର, ସୁଦନ ତନ୍ତୀ, ଛବି ଦାସ, ଗିରିଜା ମିଶ୍ର, ପ୍ରଫୁଲ୍ଲ ପ୍ରଧାନ, ଅରୁଣ ଜୟପୁରିଆ, ଈଶ୍ୱର ପ୍ରଧାନ, ପ୍ରେମଲାଲ ନାଗ, ଭାସ୍କର ନାୟକ, ରଘୁ ଦାସ, ରମେଶ ଗୁପ୍ତା, ନାରଙ୍ଗ, ରମେଶ ଚନ୍ଦ୍ର ସାଇ, ବଣ୍ଟି ଖାନ, ଆୟୁବ ଖାନ, ଏମ୍ଡି ଫିରୋଜ, ଗୌତମ ଲେଙ୍କା, ଏସ୍.କେ. ଫିରଦୋସ, ବନମାଳି ବିଶୋୟୀ, ମକସୁଦ ଅଲ୍ଲୀ, ହିତେଶ ଦେହୁରୀ, ରବୀନ୍ଦ୍ର କୁମାର ନାୟକ, ରିଙ୍କୁ କୁଲାଲ, ପ୍ରମୋଦ ଶର୍ମା, ସନ୍ଦୀପନ ମହାପାତ୍ର ଉପସ୍ଥିତ ଥିଲେ ।
ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ସହିତ ୨ୟ ବ୍ରାହ୍ମଣୀ ସେତୁର ତୁରନ୍ତ କାର୍ଯ୍ୟାରମ୍ଭ ପାଇଁ କଂଗ୍ରେସ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଗତ ୨୨.୭.୧୭ରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରି ୧୫ ଦିନ ଭିତରେ କାର୍ଯ୍ୟାରମ୍ଭ ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଅଦ୍ୟାବଧି ଏହା କାର୍ଯ୍ୟ ଆରମ୍ଭ ହେଲାନାହିଁ । ଏହି ପ୍ରତିଶ୍ରୁତିକୁ ପାଖପାଖି ଏକ ବର୍ଷ ବିତିଯାଇଥିଲେ ମଧ୍ୟ କେବର ମୃତ୍ତିକା ପରୀକ୍ଷଣରେ କାର୍ଯ୍ୟ ସୀମିତ ରହିଛି ବୋଲି ନେତୃବୃନ୍ଦ ଅଭିଯୋଗ କରିଥିବା ବେଳେ ଭାସ୍କର ଖିଲାର ଧନ୍ୟବାଦ ଦେଇଥିଲେ ।