Fri. Mar 6th, 2026

ଜାନୁଆରି ପ୍ରଥମ ସପ୍ତାହରେ ସବୁ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ଆମ ଆଦମୀ ପାର୍ଟି!

194 Views

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି (ଆପ୍) ଜୋରସୋରରେ ପ୍ରସ୍ତୁତି ଚଳାଇଛି। ଜାନୁଆରି ପ୍ରଥମ ସପ୍ତାହରେ ଦଳ ନିଜର ସମସ୍ତ ୭୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବୋଲି ସୂଚନା ମିଳିଛି । ଏବେକାର ଅଧିକାଂଶ ବିଧାୟକଙ୍କୁ ପୁଣି ଥରେ ଆପ୍ ଟିକେଟ ଦେବ ବୋଲି ବି କୁହାଯାଉଛି। ସେହିଭଳି ଦଳ ଯେଉଁ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିଥିଲା, ସେହି ଆସନଗୁଡ଼ିକରେ କାହାକୁ ପ୍ରାର୍ଥୀ କରାଯିବ, ତାହା ବି ଏକ ପ୍ରକାର ଚୁଡ଼ାନ୍ତ ହୋଇସାରିଛି ବୋଲି ଦଳୀୟ ସୂତ୍ରରୁ ଜଣାଯାଇଛି ।

ଆମ ଆଦମୀ ପାର୍ଟି ବିଧାୟକଙ୍କର ସଦସ୍ୟତା ରଦ୍ଦ ହେବା ପରେ ଚାନ୍ଦିନୀଚୌକ, ବିଜବାସନ, କରାବଲ ନଗର ଓ ଗାନ୍ଧୀନଗର ଆସନ ଖାଲି ହୋଇଯାଇଥିଲା ଏବଂ ଏହି ଆସନରେ ନୂଆ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଜାରି ରହିଛି । କୁହାଯାଉଛି ଯେ ଚାନ୍ଦିନୀ ଚୌକ, ବିଜବାସନ ଓ କରାବଲ ନଗର ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଚୁଡ଼ାନ୍ତ ହୋଇସାରିଛି।  ଗତ ବିଧାନସଭା ନିର୍ବାଚନରେ ପାର୍ଟିକୁ ଯେଉଁ ଆସନରେ ପରାଜୟ ମିଳିଥିଲା, ଏଥିରେ ରୋହିଣୀ ଆସନ ମଧ୍ୟ ସାମିଲ ଅଛି । ଏଠାରୁ ଆପ ଟିକେଟରେ ଜଣେ ମିଠା ବ୍ୟବସାୟୀ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Image result for aap image

ଅପରପକ୍ଷରେ ବିଜବାସନ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଆଇନଜୀବୀ ବିଏସ ଜୁନଙ୍କୁ ଟିକେଟ ଦଳ ଦେଇପାରେ । ସେ ଏବେ ଆମ ଆଦମୀ ପାର୍ଟିର ଓକିଲଭାବେ ଅଧିକ ପରିଚିତ ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘନିଷ୍ଠ ବୋଲି କୁହାଯାଉଛି ।

By amfnews

Related Post