140 Views
ଔରଙ୍ଗାବାଦ : ବିହାରରେ ଅତ୍ୟାଧିକ ଗରମ କାରଣରୁ ଶନିବାର ଦିନ ୬୬ଲୋକ ମୃତ୍ୟୁ ବରଣ କରିଛନ୍ତି । ଏହି ଖବର ସମସ୍ତ ଦେଶବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି । ବିହାରର ଔରଙ୍ଗାବାଦ ରେ ୩୦ ଜଣ ମୃତ୍ୟୁ ବରଣ କରିଥିବା ସ୍ଥଳେ, ଗୟାରେ ୨୫ ଏବଂ ରାଜଧାନି ପାଟନାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । ସାଂଘାତିକ ଗରମ କାରଣରୁ ଲୋକମାନେ ଅଂଶୁଘାତର ଶିକାର ହୋଇ ଡ଼ାକ୍ତର ଖାନାରେ ଭର୍ତ୍ତି ହେବାରେ ଲାଗିଛନ୍ତି । ସୂଚନା ଅନୁସାରେ ଡ଼ାକ୍ତର ଖାନରେ ପାଖାପାଖି ୧୦୦ଜଣ ରୋଗି ଚିକିତ୍ସାଧିକ ଅଛନ୍ତି । ଏପରି ପରିସ୍ଥିତିରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ହର୍ଷବର୍ଦ୍ଧନ ଲୋକମାନଙ୍କୁ ଘରୁ ବାହାରକୁ ନଯିବା ପାଇଁ ପରାମର୍ଶ ଦେଇଛନ୍ତି । ଗୟା ଏବଂ ତାର ଅଖାପାଖ ଅଞ୍ଚଳରେ ଅଂଶୁଘାତରେ ୨୦ଜଣ ମୃତ୍ୟୁ ବରଣ କରିଥିବା ସ୍ଥଳେ ୨୪ରୁ ଅଧିକ ଜଣ ଚିକିତ୍ସାଧିକ ଅବସ୍ଥାରେ ଅଛନ୍ତି ।