Sun. Mar 8th, 2026

ଜଳିଗଲା ୧୦ ବଖରା ଘର

251 Views

ଢେଙ୍କାନାଳ, ନଭେମ୍ବର ୮: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦିଘି ପଞ୍ଚାୟତର କେନ୍ଦୁଢ଼ିପ ଗାଁରେ ଏହି ଅଗ୍ନିକାଣ୍ଡ ଘଟିଛି। ଆଜି ଭୋର ସମୟରେ ଏହି ଅଘଟଣ ଘଟିଥିଲା।ଗାଁର ନୃସିଂହ ନାୟକଙ୍କ ଘରୁ ପ୍ରଥମେ ନିଆଁ ଲାଗିଥିଲା। ପରେ ଏହା ଅନ୍ୟ ମାନଙ୍କ ଘରକୁ ବ୍ୟାପୀ ଯାଇଥିଲା। ନିଆଁ ଏତେ ଜୋରରେ ଲାଗିଥିଲା ଯେ ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା କୁହାଯାଉଛି।ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ।ଅନ୍ୟପଟେ, ତୁରନ୍ତ ସରକାର ସହାୟତା ଦେବାକୁ ଲୋକେ ଦାବି କରିଛନ୍ତି।

By amfnews

Related Post