Sun. Mar 8th, 2026

ଜଳିଗଲା ଚଳନ୍ତା ବସ୍‌, ୨୦ ମୃତ

176 Views

ଲକ୍ଷ୍ନୌ: ଉତ୍ତରପ୍ରଦେଶର କନ୍ନୌଜଠାରେ ଏକ ଚଳନ୍ତା ବସ୍‌ରେ ନିଆଁ ଲାଗିଯିବାରୁ ପ୍ରାୟ ୨୦ ଜଣଙ୍କା ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ବସ୍‌ରେ ୫୦ ଜଣ ଯାତ୍ରୀ ଥିଲେ, ତେଣୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଏହି ଡବଲ୍‌ ଡେକ୍‌ ବସ୍‌ଟି ହାଇୱେରେ ଏକ ଟ୍ରକ୍‌ ସହ ଦୁର୍ଘଟଣାଗ୍ରସ୍ତ ହେବା କାରଣରୁ ନିଆଁ ଲାଗିଥିଲା। ୯.୩୦ ବେଳକୁ ଘିନୋଇଠାରେ ଏହି ଘଟଣା ଘଟିଥିଲା।

ପ୍ରଥମ ପ୍ରତିକ୍ରିୟାରୁ ଜଣାପଡ଼ିଛି ପ୍ରାୟ ୫୦ ଜଣ ଜଳନ୍ତା ବସ୍ ଭିତରେ ଫଶିରହିଥିଲେ। ବେଶ୍‌ କିଛି ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣା ସ୍ଥଳରେ ମହଜୁଦ ଅଛନ୍ତି ଏବଂ ନିଆଁକୁ ନୟନ୍ତ୍ରଣକୁ ଆଣିବାର ପ୍ରୟେସ କରୁଛନ୍ତି। ଜିଲ୍ଲାର ପ୍ରମୁଖ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ଅଛନ୍ତି। ତେବେ ମୃତକଙ୍କ ପ୍ରମୃତ ସଂଖ୍ୟା ଏଯାଏ ସ୍ପଷ୍ଟ ହୋଇପାରିନାହିଁ।

ଏହି ବସ୍‌ଟି କନ୍ନୌଜର ଗୁରୁସାଇଗଞ୍ଜରୁ ଜୟପୁର ଯାଉଥିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣା ପରେ ଏସ୍‌ପି ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆହତଙ୍କ ସମସ୍ତ ଚିକିତ୍ସା ବ୍ୟବସ୍ଥା ଏବଂ ଘରେ ପହଞ୍ଚିବା ବ୍ୟବସ୍ଥା କରାଇବାକୁ କହିଛନ୍ତି।

By amfnews

Related Post