Tue. Jan 7th, 2025

ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଆଜି ଅପରାହ୍ନ ୪ଟାରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ମୋଦି

By amfnews Aug 8, 2019 #Featured
79 Views

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କର ବକ୍ତବ୍ୟ ରଖିବେ। ଅପରାହ୍ନ ୪ଟାରେ ସେ ଅଲ୍ ଇଣ୍ଡିଆ ରେଡିଓ ମାଧ୍ୟମରେ କଶ୍ମୀର ପ୍ରସଙ୍ଗରେ କହିବେ ବୋଲି ଜଣାପଡ଼ିଛି।

ANI

@ANI

Prime Minister Narendra Modi will address the nation in a special broadcast by All India Radio at 4 pm today

ଗତକାଲି ପ୍ରଧାନମନ୍ତ୍ରୀ ଅଭିଭାଷଣ ରଖିବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଶେଷକୃତ୍ୟ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ବାତିଲ୍ କରାଯାଇ ଥିଲା ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ, ସୋମବାର ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ନେଇ ଅବଗତ କରାଇଥିଲେ। ଏହାପରେ ମଙ୍ଗଳବାର ସରକାର ଲୋକସଭାରେ ଜମ୍ମୁ-କଶ୍ମୀର ବିଭାଜନ ବିଲ୍‌ ପାସ୍‌ କରାଇଥିଲେ। ସରକାର ଜମ୍ମୁ କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଛନ୍ତି। ଗୋଟିଏ ଜମ୍ମୁ କଶ୍ମୀର ଅନ୍ୟଟି ଲଦାଖ। ପ୍ରଧାନମନ୍ତ୍ରୀ ମୋଦି ଜମ୍ମୁ କଶ୍ମୀର ପ୍ରସଙ୍ଗରେ ନିଜର ଅଭିଭାଷଣ ଗତକାଲି ରଖିବେ ବୋଲି ନିଷ୍ପତ୍ତି ହୋଇଥିଲା।

By amfnews

Related Post