Mon. Nov 25th, 2024

ଜମ୍ମୁ-କଶ୍ମୀର: ଧାରା ୩୭୦ ଉଚ୍ଛେଦ ହେଲେ ଏହି ସବୁ ପରିବର୍ତ୍ତନ ଘଟିବ

By amfnews Aug 5, 2019 #Featured
321 Views

ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନର ଧାରା ୩୭୦ ଅନେକ ବର୍ଷ ଧରି ଜମ୍ମୁ-କଶ୍ମୀରକୁ ସ୍ୱୟଂଶାସିତ ମାନ୍ୟତା ପ୍ରଦାନ କରିଆସୁଛି। ଏହି ଧାରା ଉଚ୍ଛେଦ ହେଲେ ଅନେକ ପରିବର୍ତ୍ତନ ଘଟିବ। ତେବେ, କ’ଣ ସବୁ ପରିବର୍ତ୍ତନ ଆସିବ ତାହା ନିମ୍ନରେ ଲେଖାଯାଇଛି।

: ଜମ୍ମୁ-କଶ୍ମୀରରେ ଆଉ ସ୍ୱତନ୍ତ୍ର ପତାକା ଉଡ଼ିବ ନାହିଁ। ସେଠାରେ ବି ତ୍ରିରଙ୍ଗା ଉଡ଼ିବ।

: ସେଠାକାର ନାଗରିକମାନଙ୍କର ଦୈତ ନାଗରିକତ୍ୱକୁ ରଦ୍ଦ କରାଯିବ।

: ଏଣିକି ଜମ୍ମୁ-କଶ୍ମୀରରେ ଯେକେହି ବି ଚାହିଁଲେ ଜମି କିଣିପାରିବେ।

: ଏଠାରେ ଆଉ ରାଜ୍ୟପାଳ ରହିବେ ନାହିଁ।

: ଜମ୍ମୁ-କଶ୍ମୀର ପୁଲିସ୍‌ କେନ୍ଦ୍ର ଅଧିନରେ ରହିବ।

: କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ପାଲଟିବ।

: ବିଧାନସଭାର କାର୍ଯ୍ୟକାଳ ୬ ବର୍ଷ ବଦଳରେ ୫ ବର୍ଷ ହେବ।

: ଲଦାଖ ଚଣ୍ଡିଗଡ଼ ପରି କେନ୍ଦ୍ର ଶାସିତ ଅଞ୍ଚଳ ହେବ। ଏଠାରେ କଶ୍ମୀର ପରି ବିଧାନସଭା ରହିବ ନାହିଁ।

: ଜମ୍ମୁ-କଶ୍ମୀରରେ ଆର୍‌ଟିଆଇ ନିୟମ ଲାଗୁ ହେବ।

: ଅନ୍ୟ ରାଜ୍ୟର ଲୋକେ ବି ଜମ୍ମୁ-କଶ୍ମୀରରେ ଚାକିରି କରିପାରିବେ।

By amfnews

Related Post