Sat. Mar 7th, 2026

ଜମ୍ମୁ ଓ କଶ୍ମୀର, ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ ସତର୍କତା

219 Views

ନୂଆଦିଲ୍ଲୀ, ଜାନୁଆରୀ ୨୦ : ସୋମ ଓ ମଙ୍ଗଳବାର ଦିନ ଜମ୍ମୁ ଓ କଶ୍ମୀର ଏବଂ ହିମାଚଳ ପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ତୁଷାରପାତ ହେବାର ସମ୍ଭାବନା ରହିଛି। ଉତ୍ତରାଖଣ୍ଡରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।

ପୁଣି ଗୋଟିଏ ଦିନର ବ୍ୟବଧାନ ପରେ ଜାନୁଆରି ୨୪ ରୁ ୨୬ ଯାଏଁ ଉତ୍ତରାଖଣ୍ଡର ଶୈଳନିବାସ ବିଶେଷକରି ହିମାଚଳ ପ୍ରଦେଶରେ ତୁଷାରପାତ ହେବାର ସମ୍ଭାବନା ରହିଛି। ବୋଲି ଆଇଏମ୍‌ଡିର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି।

କିଛି ଦିନ ହେବ ଏହି ସବୁ ଅଞ୍ଚଳରେ ହୋଇଥିବା ତୁଷାରପାତ ଗତ କିଛି ବର୍ଷ ତୁଳନାରେ ସର୍ବାଧିକ ବୋଲି ଜଣାପଡ଼ିଛି। ଶୀତଋତୁରେ ହେଉଥିବା ତୁଷାରପାତ ତୁଳନାରେ ଗତ ଜାନୁଆରିରେ ହୋଇଥିବା ତୁଷାରପାତର ପାର୍ଥକ୍ୟ ନାସାର ସାଟେଲାଇଟ୍‌ ଚିତ୍ରରୁ ସ୍ପଷ୍ଟ ହୋଇଛି।

ତୁଷାରପାତ ଭଲ ହେଲେ ଗ୍ରୀଷ୍ମ କାଳରେ ଉତ୍ତର ଭାରତରେ ଜଳ ସଙ୍କଟରୁ ତ୍ରାହି ମିଳିବ ବୋଲି କୁହାଯାଉଛି।

By amfnews

Related Post