Sat. Mar 7th, 2026

ଜନତା ପୁଣି ଥରେ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିବା ଦରକାର : ବାବା ରାମଦେବ

281 Views

ଜୟପୁର: ଯୋଗଗୁରୁ ବାବା ରାମଦେବ ଗତକାଲି କ୍ରୀଡ଼ା ଏବଂ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହଙ୍କ ରାଠୋର ପ୍ରାର୍ଥୀପତ୍ର ଦାଖଲ ସମୟରେ ଉପସ୍ଥିତ ଥିଲେ। ଜୟପୁର ଗ୍ରାମୀଣ ଆସନରୁ ରାଜ୍ୟବର୍ଦ୍ଧନ ସିଂହ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ସେ ଏକ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ପ୍ରାର୍ଥୀପତ୍ର ଦାଖଲର ଠିକ୍ ପୂର୍ବରୁ ରାଜ୍ୟବର୍ଦ୍ଧନଙ୍କୁ ପ୍ରାଣାୟମ କରାଇଥିଲେ ରାମଦେବ।

ଏହି ଅବସରରେ ଯୋଗଗୁରୁ ବାବା ରାମଦେବ କହିଥିଲେ ଯେ ସାଧାରଣ ଜନତା ପୁଣି ଥରେ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିବା ଦରକାର । ସେ ଆହୁରି ମଧ୍ୟ କହିଥିଲେ ଯେ ନରେନ୍ଦ୍ର ମୋଦୀଙ୍କ ହାତରେ ଭାରତ ସୁରକ୍ଷିତ ଅଛି ଏବଂ ରହିବ। ତା’ଛଡ଼ା ସେ ଭାରତର ଅର୍ଥନୀତିକୁ ବି ମଜଭୁତ କରିଛନ୍ତି। ନରେନ୍ଦ୍ର ମୋଦୀଙ୍କ ଉପରେ ଭାରତମାତା ଗର୍ବିତ ବୋଲି ବି କହିଥିଲେ ଯୋଗଗୁରୁ ବାବା ରାମଦେବ।ସାମ୍ବାଦିକମାନଙ୍କ ସହ କଥା ହେବା ବେଳେ ସେ କଂଗ୍ରେସ ଉପରେ ବର୍ଷିଥିଲେ। ଲୋକେ ଏଥର କଂଗ୍ରେସ ବିରୋଧରେ ଭୋଟ୍ ଦେବେ ବୋଲି ସେ କହିଥିଲେ

By amfnews

Related Post