Sat. Mar 7th, 2026

ଛେଣ୍ଡ ହାଉସିଂ ବୋର୍ଡ ଦୁର୍ଗାପୂଜା କମିଟି ବୈଠକ ଓ କର୍ମକର୍ତ୍ତା ଚୟନ

185 Views

ରାଉରକେଲା, ୫ା୧୦  : ଛେଣ୍ଡ ହାଉସିଂ ବୋର୍ଡ ଦୁର୍ଗାପୂଜା କମିଟିର ଏକ ବୈଠକ ସୁରେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସର୍ବସମ୍ମତିକ୍ରମେ ଚଳିତ ବର୍ଷ ପୂଜା ପାଇଁ ନୂତନ କମିଟି ଗଠନ କରାଯାଇଛି । ନୂତନ କମିଟିର ସଭାପତି ଭାବେ ଦୀପକ ତିୱାରୀ, କାର୍ଯ୍ୟକାରୀ ସଭାପତି ଭାବେ ଶରତ କୁମାର ପୃଷ୍ଟି, ଉପସଭାପତି ଭାବେ ବାପଲ ଦାସ, ଚନ୍ଦ୍ରକାନ୍ତ ପ୍ରଧାନ, ମୁନା ଯାଦବ, ବିରେନ୍ଦ୍ର ସିଂହ, ସାଧାରଣ ସମ୍ପାଦକ ଦୀପ୍ତିରଞ୍ଜନ ସାହୁ, ସମ୍ପାଦକ ତନ୍ମୟ ପାତ୍ର, ସୌରଭ ବ୍ରହ୍ମଚାରୀ, ଜିନତ ମହାନ୍ତି, ଆକାଶ ପତି, ସହସମ୍ପାଦକ ଭାବେ ବିକନ କୁମାର ନନ୍ଦ, ଅଭିଜିତ ମିଶ୍ର, ମହେଶ ମହାପାତ୍ର, ଅସୀତ ମହାନ୍ତି, ସୂର୍ଯ୍ୟନାରାୟଣ ପାଣି, କୋଷାଧ୍ୟକ୍ଷ ଭାବେ କୈଳାସ କରଙ୍କୁ ମନୋନୀତ କରାଯାଇଛି । ବୈଠକରେ ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ ନିମନ୍ତେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

By amfnews

Related Post