Sun. Mar 8th, 2026

ଛତୁ ନେଲା ଜୀବନ; ଜଣେ ମୃତ, ୩ ଗୁରୁତର

237 Views

ସମ୍ବଲପୁର : ପୁଣି ପ୍ରାଣ ନେଲା ବିଷାକ୍ତ ଛତୁ। ବିଷାକ୍ତ ଛତୁ ଖାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ସମ୍ବଲୁପର କିସିଣ୍ଡା ଥାନା ହିରାଲୋଇ ଗାଁରେ।

ହିରାଲୋଇ ଗାଁର ବୃଦ୍ଧଜଣକ ଗତକାଲି ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିବା ବେଳେ ଛତୁ ଆଣିଥିଲେ। ଏହାକୁ ତାଙ୍କ ଘରେ ରୋଷେଇ ହୋଇଥିବା ବେଳେ ତାଙ୍କ ପଡ଼ୋଶୀ ଘରକୁ ମଧ୍ୟ ଛତୁ ଦେଇଥିଲେ। ଫଳରେ ଛତୁ ତରକାରୀ ଖାଇ ରାତିରେ ୨ଟି ପରିବାରର ୪ ଜଣ ଗୁରୁତର ହୋଇ ପଡ଼ିଥିଲେ। ଗାଁ ଲୋକେ ଏହା ଦେଖି ସମସ୍ତଙ୍କୁ ତୁରନ୍ତ ସମ୍ବଲପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ରହିଛି। ଫଳରେ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି।

ଅପରପକ୍ଷେ ତାଙ୍କ ପଡ଼ୋଶୀ ଘରର ୨ ପିଲା ଗୁରୁତର ହୋଇ ସମ୍ବଲପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ଏବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାଯାଇଛି। ବୃଦ୍ଧଜଣକ ଜଙ୍ଗଲରୁ ଆଣିଥିବା ଛତୁ ବିଷାକ୍ତ ଥିବା ଅନୁମାନ କରାଯାଉଛି। ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post