Mon. Jun 9th, 2025

ଛଅ କୋଟି ମାଗିଥିଲେ ଶ୍ରୀଦେବୀ, ତାଙ୍କ ଜାଗାରେ କାମ କରିଥିବା ଏହି ଅଭିନେତ୍ରୀ ନେଇଥିଲେ ଅଢ଼େଇ କୋଟି

By amfnews Oct 26, 2018 #Featured
172 Views

ମୁମ୍ବାଇ,ଅକ୍ଟୋବର ୨୬: ‘ବାହୁବଲୀ-’ସିନେମାର କଳାକାରଙ୍କୁ ଫିଲ୍ମର ଚରିତ୍ର ଅନୁଯାୟୀ ଲୋକେ ମନେ ରଖିଛନ୍ତି। ଏଥିମଧ୍ୟରୁ ଗୋଟିଏ ପ୍ରମୁଖ ଚରିତ୍ର ଥିଲା ଶିବଗାମୀ। ଶିବଗାମୀ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀଙ୍କ ନାମ ହେଲା ରମ୍ୟା କ୍ରିଷ୍ଣନ୍‌। ମାତ୍ର ତେର ବର୍ଷ ବୟସରେ ସେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ଏଯାବତ୍‌ ଯେତେସବୁ ଚରିତ୍ର ପରଦା ଉପରେ ନିଭାଇଛନ୍ତି,ସେଥିମଧ୍ୟରୁ ସବୁଠାରୁ ଚର୍ଚ୍ଚିତ ହେଲା ‘ଶିବଗାମୀ’।

‘ବାହୁବଲୀ-୨’ଫିଲ୍ମରେ ରମ୍ୟାଙ୍କ ଅଭିନୀତ ଶିବଗାମୀ ଚରିତ୍ରାଇଁ କିନ୍ତୁ ପ୍ରଥମ ପସନ୍ଦ ନଥିଲେ ସେ। ନିର୍ଦ୍ଦେଶକ ରାଜା ମୌଲୀ ସର୍ବପ୍ରଥମେ ଏହି ଭୂମିିକା ପାଇଁ ଶ୍ରୀଦେବୀଙ୍କୁ ଅଫର୍‌ ଦେଇଥିଲେ। ହେଲେ ଶ୍ରୀଦେବୀ ଏହି ଚରିତ୍ରରେ ଅଭିନୟ କରିବା ଲାଗି ଛଅ କୋଟି ଟଙ୍କାର ପାରିଶ୍ରମିକ ଦାବି କରିଥିଲେ। ତା’ଛଡ଼ା ଏକ ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ରେ ଗୋଟିଏ ଫ୍ଲୋର୍‌ ତାଙ୍କ ପାଇଁ ବୁକ୍‌ ହୋଇ ରହିବ ବୋଲି ସର୍ତ୍ତ ରଖିଥିଲେ।

ଶ୍ରୀଦେବୀଙ୍କ ଏଭଳି ଅଜବ ସର୍ତ୍ତ ଶୁଣି ରାଜା ମୌଲୀ ତାଙ୍କୁ ନ ନେବା ପାଇଁ ନିଷ୍ପତ୍ତି ନେଇଥିଲେ। ତାଙ୍କ ସ୍ଥାନରେ ସେ କାହାକୁ ନେବେ ବୋଲି ଚିନ୍ତା କରିଥିଲେ। ଅବଶେଷରେ ରମ୍ୟାା କ୍ରିଷ୍ଣନଙ୍କୁ ଅଫର୍‌ ଦେଲେ। ରମ୍ୟା ମାତ୍ର ଅଢ଼େଇ କୋଟି ଟଙ୍କା ପାରିଶ୍ରମିକରେ ରାଜି ହୋଇଥିଲେ‘ବାହୁବଲୀ’ରେ କାମ କରିବା ପାଇଁ।

By amfnews

Related Post