Wed. Dec 25th, 2024

ଚେତାଇ ଦେଲା ରିଜର୍ଭ ବ୍ୟାଙ୍କ: ୧୫ ପ୍ରତିଶତ ବଢ଼ିଛି ବ୍ୟାଙ୍କ ଠକେଇ ମାମଲା

By amfnews Aug 30, 2019 #Featured
174 Views

ନୂଆଦିଲ୍ଲୀ  : ଆମ ଦେଶରେ ବଢିଛି ବ୍ୟାଙ୍କ ଠକେଇ ମାମଲା  । ୨୦୧୭-୧୮ ଆର୍ଥିକ ବର୍ଷଠାରୁ ୨୦୧୮-୧୯ରେ ୧୫ ପ୍ରତିଶତ ଅଧିକ ବ୍ୟାଙ୍କ ଠକେଇ ହୋଇଛି । ୨୦୧୭-୧୮ ଆର୍ଥିକ ବର୍ଷରେ ମୋଟ ୫ ହଜାର ୯୧୬ଟି ଠକେଇ ମାମଲା ହୋଇଥିବା ବେଳେ ୨୦୧୮-୧୯ରେ ଏହି ସଂଖ୍ୟା ୬ ହଜାର ୮୦୧ରେ ପହଞ୍ଚିଛି ।

ସେହିପରି ଠକେଇ ଟଙ୍କାର ଅନୁପାତ ଦୃଷ୍ଟି କୋଣରୁ ୨୦୧୭-୧୮ ଆର୍ଥିକ ବର୍ଷରେ ୪୧ ହଜାର ୧୬୭ କୋଟି ଟଙ୍କାର ଠକେଇ ହୋଇଥିଲା। ୨୦୧୮-୧୯ରେ ଏହା ୭୧ ହଜାର ୫୪୨ କୋଟି ୯୩ ଲକ୍ଷକୁ ବୃଦ୍ଧି ପାଇଛି । ଯାହା ପୂର୍ବ ବର୍ଷଠାରୁ ୭୩.୮ ପ୍ରତିଶତ ଅଧିକ। ଏନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ବାର୍ଷିକ ରିପୋର୍ଟରେ ପ୍ରକାଶ ପାଇଛି । ଇଣ୍ଟରନେଟ୍  ବ୍ୟାଙ୍କିଂ, ଡିଜିଟାଲ କାର୍ଡ, ଡିପୋଜିଟ୍, ଫରେନ ଏକ୍ସଚେଞ୍ଜ ଟ୍ରାନଜାକସନ୍, ଚେକ୍ , ଡିମାଣ୍ଡ ଡ୍ରାଫ୍ଟ ଆଦି କ୍ଷେତ୍ରରେ ଏହିସବୁ ଠକେଇ ହୋଇଛି ।

By amfnews

Related Post