Sat. Mar 7th, 2026

ଚେକିଂ ବେଳେ ଆର୍‌ଟିଓ କର୍ମଚାରୀଙ୍କ ଉପରେ ଚଢ଼ିଗଲା ୧୪ ଚକିଆ ଟ୍ରକ, ଘଟଣାସ୍ଥଳରେ ମୃତ୍ୟୁ

173 Views

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ପୋଖରୀପାଣି ଏନଏଚ ୨୦ ବାଇପାସ ରାସ୍ତାରେ ଏମଭିଆଇ ଚେକିଂ ବେଳେ ଆର୍‌ଟିଓ କର୍ମଚାରୀଙ୍କ ଉପରେ ଚଢ଼ିଗଲା ୧୪ ଚକିଆ ଟ୍ରକ । ଘଟଣାସ୍ଥଳରେ ଆର୍‌ଟିଓର ଡ୍ରାଇଭର ବିଜୟ କୁମାର ମହାନ୍ତଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ୧୪ ଚକିଆ ଟ୍ରକଟି କେଉଁଆଡ଼େ ଫେରାର ହୋଇଯାଇଛି।ଆଜି ସକାଳୁ ବାଇପାସ ରେ ଏମଭିଆଇ ଙ୍କ ସମେତ ଆର୍ଟିଓ କର୍ମଚାରୀ ଗାଡି ଚେକିଂ କରୁଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ୧୪ ଚକିଆ ଟ୍ରକକୁ ଅଟକାଇ ଥିଲେ । ଆର୍ଟିଓ ଗାଡିର ଡ୍ରାଇଭର ରାସ୍ତା ଉପରକୁ ଯାଇ ଟ୍ରକକୁ ହାତ ମାରିଥିବା ବେଳେ ଗାଡିଟି ନଅଟକାଇ ଡ୍ରାଇଭରଙ୍କ ଉପରେ ଚଢାଇ ଦ୍ରୁତ ଗତିରେ ପଳାଇଥିଲା । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ତେବେ ଏନେଇ ପୋଲିସକୁ କିଛି ଖବର ନଦେଇ ଅନ୍ୟ ଆର୍ଟିଓ କର୍ମଚାରୀମାନେ ମୃତ ଡ୍ରାଇଭରଙ୍କୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଖବର ପାଇ ପୋଲିସ ଡାକ୍ତରଖାନାରେ ପହଂଚି ଘଟଣାର ଛାନଭିନ କରିବା ଆରମ୍ଭ କଟିଥିବା ବେଳେ ଟ୍ରକକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ।

By amfnews

Related Post