Sat. Jun 7th, 2025

ଚୀନର ଲ୍ୟାଣ୍ଡସ୍କେପ୍‌ କମ୍ପାନି ପ୍ରଥମ ରକେଟ୍‌ ପଠାଇବାରେ ବିଫଳ; ଯାନ୍ତ୍ରିକ ତ୍ରୁଟି ଯୋଗୁ ଉଡ଼ାଣ ଭରି ପାରିଲାନି ରକେଟ୍‌

By amfnews Oct 28, 2018 #Featured
260 Views

ବେଜିଂ: ଚୀନର ଏକ ପ୍ରାଇଭେଟ୍‌ କମ୍ପାନି ଲ୍ୟାଣ୍ଡସ୍କେପର ଅନ୍ତରୀକ୍ଷକୁ ରକେଟ୍‌ ପଠାଇବାର ସ୍ୱପ୍ନ ସାକାର ହୋଇପାରିନାହିଁ। କମ୍ପାନୀର ପ୍ରଥମ ରକେଟ୍‌ ଜେଡକ୍ୟୁ-୧ ଶନିବାର ଦିନ ନିଜର ପ୍ରଥମ ପରୀକ୍ଷଣରେ ବିଫଳ ହୋଇଛି ବୋଲି ସୂଚନା ରହିଛି। ବେଜିଂ ସ୍ଥିତ ଏହି ଲ୍ୟାଣ୍ଡସ୍କେପ୍‌ କମ୍ପାନିର କହିବା ଅନୁଯାୟୀ, ଉଡ଼ାଣ ପରୀକ୍ଷଣ ପୂର୍ବରୁ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ରକେଟ୍‌ ଜେଡକ୍ୟୁ-୧ର ଗତି ସାମାନ୍ୟ ଥିଲା। କିନ୍ତୁ ତୃତୀୟ ପର୍ଯ୍ୟାୟ ଆରମ୍ଭରୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ରକେଟ୍‌ ନିଜ ଉଡ଼ାଣ ପୂରା କରିପାରିନଥିଲା।

ଲ୍ୟାଣ୍ଡସ୍କେପ୍‌ କମ୍ପାନି ପ୍ରଥମ ଥର ପାଇଁ ତିନିଟି ଷ୍ଟେପ୍‌ ବିଶିଷ୍ଟ ରକେଟ୍‌ ର୍ନିମାଣ କରିଥିଲା। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୧୯ ମିଟର ଲମ୍ବ ଥିବା ଏହି ଜେଡକ୍ୟୁ-୧ ରକେଟ୍‌ ସହ ଏକ ସ୍ୟାଟେଲାଇଟ୍‌ ମଧ୍ୟ ପଠାଯାଇଥିଲ। କିନ୍ତୁ ତୃତୀୟ ଷ୍ଟେପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରକେଟଟି ନିଜ ଉଡ଼ାଣ ଭରିବାରେ ବିଫଳ ହୋଇଥିଲା। ଗତ ଶନିବାର ଦିନ ଏହି ରକେଟକୁ ଅନ୍ତରୀକ୍ଷ ପଠାଯାଉଥିବା ବେଳେ ଚୀନର ଏହି ପ୍ରଥମ ପରୀକ୍ଷଣ ବିଫଳ ହୋଇଥିବା ଜଣାପଡ଼ିଛି।

By amfnews

Related Post