Sat. Mar 7th, 2026

ଚିତିସାପ ଦଂଶନ ଯୋଗୁଁ ଯୁବକ ମୃତ

214 Views

ଅନଗୁଳ: ରବିବାର ପାହାନ୍ତାରେ ବଅଁରପାଳ ଥାନା ଅନ୍ତର୍ଗତ କୁଶପଙ୍ଗୀ ଗାଁରେ ସାପ କାମୁଡ଼ିବା ଯୋଗୁଁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି।
ମୃତ ଯୁବକ ହେଉଛନ୍ତି ୨୭ ବର୍ଷିୟ ହେମନ୍ତ ନାଏକ।

ସେ ଖଟ ଉପରେ ଶୋଇଥିବା ବେଳେ ଭୋର୍‌ ପ୍ରାୟ ୪ଟା ବେଳେ ଗୋଟାଏ ଚିତି ସାପ ତାଙ୍କୁ କାମୁଡ଼ି ପକାଇଥିଲା। ସେ ନିଦରୁ ଉଠିପଡ଼ି ପରିବାର ଲୋକଙ୍କୁ ଏ କଥା ଜଣାଇଲେ। ତୁରନ୍ତ ତାଙ୍କୁ ଗାଁ ପାଖର ଜଣେ ଗୁଣିଆଙ୍କୁ ନିକଟକୁ ନିଆଗଲା। ଗୁଣିଆଙ୍କ ଉପଚାର ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନ ହେବାରୁ ସେ ତାଙ୍କୁ ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ କହିଲେ। ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଲା।

ତାଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କ କହିବା ଅନୁସାରେ, ସାପ କାମୁଡ଼ିବାର ଠିକ୍‌ ପରେ ପରେ ଡାକ୍ତରଖାନା ଆଣିଥିଲେ ହୁଏତ ହେମନ୍ତଙ୍କୁ ବଞ୍ଚାଇବା ସମ୍ଭବପର ପାରିଥାଆନ୍ତା। ଅନଗୁଳ ପୁଲିସ ଶବ ଜବତ କରିଛି।

By amfnews

Related Post