Sat. Mar 7th, 2026

ଚିକିତ୍ସାରେ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ: ପିଏମ୍‌ଆର୍‌ ଗେଟ୍‌ ସାମ୍ନାରେ ଶବ ରଖି ଧାରଣା

198 Views

ବାରିପଦା: ଚିକିତ୍ସା ଅବହେଳା ଜନିତ ମୃତ୍ୟୁ ବୋଲି ଅଭିଯୋଗ କରି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ର ମୁଖ୍ୟ ଫାଟକ ସମ୍ମୁଖରେ ମୃତବ୍ୟକ୍ତିଙ୍କ ଶବ ରଖି ଲୋକେ ଧାରଣାରେ ବସିଛନ୍ତି। ମୃତବ୍ୟକ୍ତି ହେଉଛନ୍ତି ମଧୁବନ ତଳସାହି ଅନ୍ତର୍ଗତ ୭ ନମ୍ବର ଓ୍ଵାର୍ଡର ହୃଷିକେଶ ବୈଶାଖ।

ଚିକିତ୍ସା ଲାଗି ଅସୁସ୍ଥ ବୈଶାଖଙ୍କୁ ଗୁରୁବାର ରାତି ୧୦ଟା ବେଳେ ପିଏମ୍‌ଆର୍‌ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦାୟିତ୍ୱରେ ଥିବା ଡାକ୍ତର ଓ କର୍ମଚାରୀମାନେ ତାଙ୍କର ତତ୍ତ୍ୱ ନ ନେବାରୁ ସେଇ ରାତିରେ ହିଁ ତାଙ୍କର ମୃତ୍ୟୁ ଘଟିଲା ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆଜି ସକାଳୁ ପିଏମ୍‌ଆର୍‌ର ମୁଖ୍ୟ ଫାଟକ ଆଗରେ ବୈଶାଖଙ୍କ ଶବ ରଖି ଧାରଣାରେ ବସିଥିଲେ। ପିଏମ୍‌ଆର୍‌ ଅଧିକ୍ଷକ, ଏସ୍‌ପି ଏବଂ ସ୍ଥାନୀୟ ଆଇଆଇସି ଘଟଣାସ୍ଥଳରେ ଉପସ୍ଥିତ ରହି ଧାରଣାରତ ଲୋକମାନଙ୍କୁ ବୁଝାଶୁଝା କରାଉଛନ୍ତି।

By amfnews

Related Post