Sun. Nov 24th, 2024

ଚାଲି ଚାଲି ହାଥରସ ଯାଉଥିବା ସମୟରେ ପଡିଗଲେ ରାହୁଲ ଗାନ୍ଧି, ପୋଲିସ ବିରୋଧରେ ମିଥ୍ୟା ଆରୋପ

By amfnews Oct 2, 2020 #Featured
131 Views

ଉତ୍ତରପ୍ରଦେଶ, ଅକ୍ଟୋବର ୦୧ : ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାରେ ଆଜି କଂଗ୍ରେସ ମୁଖ୍ୟ ରାହୁଲ ଓ ପ୍ରିୟଙ୍କା ଗାନ୍ଧି ପୀଡିତାଙ୍କ ପରିବାରକୁ ଭେଟିବାକୁ ଯିବା ସମୟରେ ରାହୁଲ ପଡିଯାଇଥିଲେ  । ପୋଲିସ ସାହାଯ୍ୟ କରିବାରୁ ସେମାନଙ୍କ ବିରୋଧରେ ମିଥ୍ୟା ଆରୋପ ଆଣିଛନ୍ତି ରାହୁଲ  ।

ସୂଚନାନୁସାରେ, ଯମୁନା ଏକ୍ସପ୍ରେସୱେରେ ଯେତେବେଳେ ପୋଲିସ ତାଙ୍କୁ ରୋକିଥିଲା ଓ ସେଠାରୁ  ନିଜ ନିଜ ଗାଡିରୁ ଓହ୍ଲାଇ ଚାଲି ଚାଲି ହାଥରସ ଯିବାକୁ ବାହାରିଲେ  । ଚାଲି ଚାଲି ଯାଉଥିବା ସମୟରେ ରାହୁଲ ତଳେ ପଡ଼ିଯାଇଥିବା ଦେଖିବାକୁ ମିଳିଛି  । ଏହାପରେ ତାଙ୍କ ସୁରକ୍ଷାରେ ଥିବା ଯବାନ ତାଙ୍କୁ ଉଠାଇ ଥିଲେ  । ତେବେ ରାହୁଲ ଅଭିଯୋଗ କରିଛନ୍ତି ଯେ ପୋଲିସ ତାଙ୍କୁ ଧକ୍କା ଦେଇଥିଲା ଓ ଲାଠିରେ ବାଡ଼େଇଥିଲା  ।

ରାହୁଲ ଗାନ୍ଧି ଗଣମାଧ୍ୟମ ସହ କଥାବାର୍ତ୍ତାରେ କହିଛନ୍ତି ଯେ, ପୋଲିସ ତାଙ୍କୁ ଧକ୍କା ମାରିଛି, ତଳେ ପକାଇ ଲାଠିଚାର୍ଜ କରିଛି  । ଏହାପରେ ସେ ପ୍ରଶ୍ନ କରିଛନ୍ତି ଯେ, ଦେଶରେ କଣ କେବଳ ମୋଦିଜୀଙ୍କର ଚାଲିବାର ଅଧିକାର ଅଛି ? ଆମଭଳି ସାଧାରଣ କଣ ଚାଲି ପରିବେନାହିଁ ? ଆମ ଗାଡିକୁ ରୋକି ଦିଆଯାଇଥିଲା ସେଥିପାଇଁ ଆମେ ଚାଲି ଚାଲି ଯାଉଛୁ  ।

ଅପରପକ୍ଷରେ ମାମଲାକୁ ବିଜେପି ଡ୍ରାମା ବୋଲି କହିଛି  । ବିଜେପି ପ୍ରବକ୍ତା ଚନ୍ଦ୍ରମୋହନ କହିଛନ୍ତି ‘ଦୁଇ ଭାଇ ଭଉଣୀ ରାଜନୀତି ରୁଟି ସେକିବାକୁ ରାସ୍ତାରେ ଡ୍ରାମା କରୁଛନ୍ତି  । ଯେତେବେଳେ ତାଙ୍କୁ ସୂଚନା ଦିଆଯାଇଥିଲା ଯେ ଧାରା ୧୪୪ ଲାଗୁ କରାଯାଇଛି ତାହେଲେ ସେମାନେ କାହିଁକି ନିୟମ ପାଳନ କରୁନାହାନ୍ତି  ।

By amfnews

Related Post