ମୁମ୍ବାଇ , ନଭେମ୍ବର ୦୨ : ଦେଶରେ #ମି ଠୁ ଅଭିଯାନ ବର୍ଷେ ପୂର୍ବରୁ ଆସିଥିବା ବେଳେ ତନୁଶ୍ରୀ-ନାନା ବିବାଦ ପରେ ଏହା ତେଜିଥିଲା । ଧିରେ ଧିରେ ଏହି ବିବାଦ ସବୁ କ୍ଷେତ୍ରକୁ ମାଡ଼ିଯିବା ସହ ଅନେ ବଡ଼ ବଡ଼ ନେତା, ଅଭିନେତ,କଣ୍ଠଶିଳ୍ପୀ,ନିର୍ଦ୍ଦେଶକ,ପ୍ରଯୋଜକମାନେ ଏହି ଅଭିଯାନର ଶିକାର ହୋଇଥିଲେ । କିନ୍ତୁ ଏବେ ଧିରେ ଧିରେ ଏହି ଅଭିଯାନର ପ୍ରଭାବ କମ ହେଉଥିବା ଦେଖିବାକୁ ମିଳିଛି । ଏକ ସମୟରେ ପ୍ରତିଦିନ ନୂଆ ନୂଆ ଯୌନ ଶୋଷଣର ଘଟଣା ସାମ୍ନାକୁ ଆସୁଥିବା ବେଳେ ଏବେ ଏଭଳି କିଛି ମାମଲା ସାମ୍ନାକୁ ଆସି ନାହିଁ । ଏହା ସହ ଯେଉଁ ମହିଳାମାନେ ନିଜ ସହ ହୋଇଥିବା ଯୌନ ଶୋଷଣ ବିଷୟରେ ସ୍ୱର ଉଚ୍ଚ କରିଥିଲେ,ସେମାନଙ୍କୁ ନ୍ୟାୟ ଦେବା ପାଇଁ କ’ଣ କରାଯାଉଛି ତାହା ମଧ୍ୟ ଜଣା ପଡ଼ି ପାରିନାହିଁ ।
ଏ ସବୁ ମଧ୍ୟରେ ବର୍ତ୍ତମାନର ପରିସ୍ଥିତି ଦେଖି ନିଜର ମତ ଟୁଇଟ୍ କରି ଜଣାଇଛନ୍ତି ବଲିଉଡ୍ର ଜଣାଶୁଣା ଅଭିନେତା ଶେଖର ସୁମନ । ଟୁଇଟ୍ କରି #ମି ଠୁ ଅଭିଯାନ ଏବେ ମରିଗଲା କି?ଏହା ଉପରେ ହେଉଥିବା ବିତର୍କ ଏବେ ଶେଷ? ହେଡ଼୍ଲାଇନ୍ସ ବି ଚାଲିଗଲା? ଏପରି ଲେଖି ଟ୍ଵିଟ୍ କରିଥିଲେ ଶେଖର ସୁମନ । ତାଙ୍କର ଏହି ଟ୍ଵିଟ୍ ପରେ ଅନେକ ଲୋକ ତାଙ୍କୁ ସେ ଏହି ଅଭିଯାନକୁ ସମର୍ଥନ କରୁଛନ୍ତି କି ନାହିଁ ବୋଲି ପଚାରିଥିଲେ। ଏହାର ଉତ୍ତର ରଖି ମୁଁ ଏହି ଅଭିଯାନକୁ ସମର୍ଥନ କରୁନାହିଁ ବୋଲି କହିଥିଲେ ଶେଖର ।