Sat. Mar 7th, 2026

ଚତୁର୍ଥ ଥର ରେପୋ ରେଟ୍‌ ହ୍ରାସ କଲା ରିଜର୍ଭ ବ୍ୟାଙ୍କ୍‌; ଗୃହଋଣ ଶସ୍ତା ହୋଇପାରେ

171 Views

ନୂଆଦିଲ୍ଲୀ: ବୁଧବାର ଦିନ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୩୫ ବେସିସ୍‌ ପଏଣ୍ଟ୍‌ରୁ ୫. ୪୦%କୁ ହ୍ରାସ କରିଛି। ଏହା ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଚତୁର୍ଥ ଥର ଲାଗି ସିଧାସଳଖ ମୂଲ୍ୟ ହ୍ରାସ ଏବଂ ଏଥି ଯୋଗୁଁ ପ୍ରମୁଖ ଋଣ ମୂଲ୍ୟରେ ୧୧୦ ବେସିସ୍‌ ପଏଣ୍ଟ୍‌ ବା ୧. ୧% ହ୍ରାସ ଘଟିବ।

ଏବେ ରେପୋ ରେଟ୍‌ ୫. ୧୫%ରେ ରହିଛି। ରେପୋ ରେଟ୍‌ରେ ରିଜର୍ଭ ବ୍ୟାଙ୍କ୍‌ ବ୍ୟାଙ୍କ୍‌ମାନଙ୍କୁ ଋଣ ଦେଇଥାଏ। ରିଭର୍ସ ରେପୋ ରେଟ୍‌ରେ ରିଜର୍ଭ ବ୍ୟାଙ୍କ୍‌ ବ୍ୟାଙ୍କ୍‌ଗୁଡ଼ିକରୁ ଋଣ ଆଣିଥାଏ।

ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ହ୍ରାସ କଲେ ବ୍ୟାଙ୍କ୍‌ସମୂହ ଏହାର ଲାଭ ଗ୍ରାହକମାନଙ୍କୁ ଦିଅନ୍ତି। ଏଥିଯୋଗୁଁ ଗୃହ, ମଟର, ବ୍ୟକ୍ତିଗତ କିଂବା ଅନ୍ୟ ଋଣ ପାଇଁ କମ୍‌ ଇଏମ୍‌ଆଇ ପଡ଼ିଥାଏ। ଗୋଟିଏ ଦଶନ୍ଧି ତଳେ (୨୦୦୮ ମସିହାରେ) ବିଶ୍ୱ ଆର୍ଥିକ ସଙ୍କଟ ପରେ ରିଜର୍ଭ ବ୍ୟାଙ୍କ୍‌ କ୍ରମାଗତ ଅନେକ ଥର ରୋପୋ ରେଟ୍‌ ହ୍ରାସ କରିଛି।

By amfnews

Related Post