104 Views
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ଅଭାବନୀୟ ଘଟଣା । ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କଲେ ଡକାୟତ । କେନ୍ଦ୍ରାପଡାର ନିକିରାଇ ଅଞ୍ଚଳରୁ ଏଭଳି ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ସ୍ୱାମୀଙ୍କୁ ମାଡ ମାରି ସ୍ତ୍ରୀକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ମୁତାବକ, କେନ୍ଦ୍ରାପଡା ନିକିରାଇ ଅଞ୍ଚଳର ପୋଇପାଟ ଗାଁରେ ଗତକାଲି ରାତିରେ ୩ ଡକାୟତ ପହଞ୍ଚିଥିଲେ । ପରେ ଅଭିଯୋଗକାରିଣୀ ମହିଳାଙ୍କ ଘର କବାଟ ବାଡେଇ ପାଣି ମାଗିଥିଲେ । ମହିଳାଙ୍କ ସ୍ୱାମୀ କବାଟ ଖୋଲିବା ପରେ ଘର ମଧ୍ୟକୁ ଧସେଇ ପଶିଥିଲେ ଡକାୟତ । ବିନା କାରଣରେ ସ୍ୱାମୀଙ୍କୁ ନିର୍ଦ୍ଧୁମ ମାଡ ମାରିବା ସହ ସ୍ତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ ୩ ଡକାୟତ ।