କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କଙ୍କଡାହାଡ ବ୍ଳକ ର କୃଷି କାର୍ଯ୍ୟାଳୟ ରୁ ଏକ ପିକ୍ଅପ୍ ଭ୍ୟାନ ରେ ସାର ଓ କୀଟନାସକ ଚୋରାଚାଲାଣ ହେଉଥିବା ବେଳେ ସ୍ଥାନିୟ ଲୋକ ଧରି ଅଟକ ରଖିଥିଲେ । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କଙ୍କଡାହାଡ ପୁଲିସ୍ ପିକ୍ଅପ୍ ଭ୍ୟାନ୍ କୁ ଜବତ କରିଥିବା ବେଳେ ଗ୍ରାମ୍ୟ କୃଷି କର୍ମଚାରୀ ଅକ୍ଷୟ ନାୟକ ଙ୍କ ସମେତ ଦିପ୍ତି ରଞନ ବାରିକ, ପ୍ରତାପ ଜେନା ଓ ମାନସ ଜେନା କୁ ପୁଲିସ୍ ଅଟକ ରଖିବାସହ ଅକ୍ଷୟ ନାୟକ ଙ୍କ ଠାରୁ ୯୦୦୦ ଟଙ୍କା ଜବତ କରିଥିଲା । ଏ ନେଇ କଙ୍କଡାହାଡ ସରପଞ୍ଚ ହୃଦାନନ୍ଦ ବେହେରା ଓ କରଗୋଳା ସରପଞ୍ଚ ଜ୍ୟୋତ୍ସ୍ନାମୟୀ ବେହେରା କଙ୍କଡାହାଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥଲେ । ବୁଧବାର ପୁଲିସ କେଶ ନଂ ୩୫/୧୮ ଦଫା ୪୦୮,୪୦୯,୪୧୨,୩୪ ଅନୁଯାୟୀ ମାମଲା ରୁଜୁ କରି ଅକ୍ଷୟ ନାୟକ ଙ୍କ ସମେତ ୪ ଜଣକୁ କୋର୍ଟ ଚାଲାଣ କରିଛି । ଘଟଣାରୁ ପ୍ର୍ରକାଶ ଯେ ରବି ଫସଲ ପାଇଁ ଚାଷୀ ମାନଙ୍କୁ ସାର ଓ କୀଟନାସକ ଦେବା କଥା । କିନ୍ତୁ କଙ୍କଡାହାଡ କୃଷି କାର୍ଯ୍ୟାଳୟ ଅନେକ ଚାଷି ଙ୍କୁ ବିହନ ଠାରୁ ଆରମ୍ଭ କରି ସାର ,କୀଟନାସକ ଔଷଧ ଦେଉନଥିବାର ଅଭିଯୋଗ ହେଉଥିଲା । ଏ ମଧ୍ୟରେ ରବି ଫସଲ ର ସମୟ ଚାଲିଯାଇଥିବା ବେଳେ ମଙ୍ଗଳବାର ଦିନ ୪ ଟା ସମୟରେ କୃଷି କାର୍ଯ୍ୟାଳୟ ରେ ଏକ ପିକ୍ଅପ୍ ଭ୍ୟାନ ରେ ୧୯ ବସ୍ତା ସାର ଓ ୧୯.୫ କାର୍ଟୁନ କୀଟନାଷକ ଲୋଡ କରାଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡିଥିଲେ । ସ୍ଥାନୀୟ ଲୋକେ କୃଷି କର୍ମଚାରୀ ଓ ଡ୍ରାଇଭର କୁ ପଚାରିବାରୁ କୈାଣସି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ । କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କଙ୍କଡାହାଡ ଗସ୍ତ କରି ଥିବାବେଳେ ସ୍ଥାନୀୟ ଲୋକେ ଚୋରା ଚାଲାଣ ସମ୍ପର୍କରେ ଉପଜିଲ୍ଳାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉପଜିଲ୍ଲାପାଳ ତୁରନ୍ତ ଗ୍ରାମ୍ୟ କୃଷି କର୍ମଚାରୀ ଅକ୍ଷୟ ନାୟକ କୁ ଷ୍ଟକ ବୁକ ଆଣିବାକୁ ନିର୍ଦେର୍ଶ ଦେଇଥିଲେ । ତତ୍ ସହିତ ଏ ସମ୍ପର୍କରେ କୃଷି ବିଭାଗର ଡେପୁଟି ଡାଇରେକ୍ଟର ଙ୍କ ଦୃଷ୍ଟି ଆକର୍ଷର୍ଣ କରିଥିଲେ । ମଙ୍ଗଳବାର କଙ୍କଡାହାଡ ପୁଲିସ ଅଧିକାରୀ ୨ ସରପଞ୍ଚ ଙ୍କ ଲିଖିତ ଅଭିଯୋଗ ରଖି ତଦନ୍ତ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ । ତଦନ୍ତ ପରେ ଗ୍ରାମ୍ୟ କୃଷି କର୍ମଚାରୀ ସମେତ ୪ ଜଣଙ୍କ ନାମରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି । ଢେଙ୍କାନାଳ ଠାରେ କୃଷି ବିଭାଗର ମିଟିଂ ଥିବାରୁ କୃଷି କର୍ମଚାରୀ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କି ନାହିଁ ତାହା ଜଣା ପଡିନାହିଁ ।
233 Views