Sat. Jun 14th, 2025

ଗିରଫଦାରି ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସିବିଆଇ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍‌ ଦେବେନ୍ଦର କୁମାର

By amfnews Oct 23, 2018 #Featured
265 Views

ନୂଆଦିଲ୍ଲୀ: ସ୍ପେସାଲ୍‌ ଡାଇରେକ୍ଟର୍‌ ରାକେଶ ଆସ୍ଥାନା ଜଡ଼ିତ ଥିବା ଲାଞ୍ଚ ଅଭିଯୋଗରେ ନିଜର ଗିରଫଦାରିକୁ ଚାଲେଞ୍ଜ୍‌ କରିବାକୁ ସବିଆଇ ଡିଏସ୍‌ପି ଦେବେନ୍ଦର କୁମାର ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟର ଆଶ୍ରୟ ନେଇଛନ୍ତି।

ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ୍‌ ଏବଂ ଜଷ୍ଟିସ୍‌ ଭି କେ ରାଓଙ୍କ ଖଣ୍ଡପୀଠରେ ବରିଷ୍ଠ ଆଡ୍‌ଭୋକେଟ୍‌ ଦୟାନ୍‌ କ୍ରିଷ୍ଣନ୍‌ ମାମଲା ଉପସ୍ଥାପନ କରିଥିଲେ।

ମଙ୍ଗଳବାର ମଧ୍ୟାହ୍ନ ଭୋଜନ ବିରତି ପରେ ଉପଯୁକ୍ତ ଖଣ୍ଡପୀଠରେ ମାମଲା ସଂକ୍ରାନ୍ତରେ ରାୟ ଶୁଣାଯିବ ବୋଲି ଅଦାଲତ ଆବେଦନକୁ ତାଲିକାଭୁକ୍ତ କରିଛନ୍ତି।

ପୂର୍ବରୁ ମାଂସ ରପ୍ତାନିକାରୀ ମୋଇନ୍‌ କୁରେଶିଙ୍କ ମାମଲାର ତଦନ୍ତାଧିକାରୀ ଥିବା କୁମାରଙ୍କୁ ସୋମବାର ଦିନ ଗିରଫ କରାଯାଇଥିଲା। ବ୍ୟବସାୟୀ ସତୀଶ ସାନାଙ୍କ ବୟାନ ରେକର୍ଡିଙ୍ଗ୍‌ ଜାଲିଆତି କରିଥିବା ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଛି। ମାମଲାରେ ଆଶ୍ୱସ୍ତି ପାଇବାକୁ ସତୀଶ ତାଙ୍କୁ ଲାଞ୍ଚ ଦେଇଥିଲେ।

By amfnews

Related Post